ବିଶ୍ୱକର୍ମା ପୂଜା : ବଡ଼ ମଣ୍ଡପରେ ପୂଜା ପାଇଲେ ଛୋଟ ମୁର୍ତ୍ତି

ଚୌଦ୍ୱାର : କରୋନା ଜନୀତ କଟକଣା ଭିତରେ ଚୌଦ୍ୱାର ଅଞ୍ଚଳରେ ଭଗବାନ ବିଶ୍ୱକର୍ମାଙ୍କ ପୁଜା ପାଳିତ ହୋଇ ଯାଇଛି । ପ୍ରତିବର୍ଷ ଚୌଦ୍ୱାର ସହରରେ ବିଶ୍ୱକର୍ମାଙ୍କ ପୁଜା ବିଭିନ୍ନ ମଣ୍ଡପରେ ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କରୋନା କଟକଣାରୁ ମଣ୍ଡପ ଗୁଡିକରେ ବିଶ୍ୱକର୍ମାଙ୍କ ମୁର୍ତ୍ତି ଗୁଡ଼ିକ ୪ଫୁଟ ଭିତରେ ରହିଥିବାବେଳେ ମଣ୍ଡପ ଗୁଡିକ ବଡ ରହିଥିବା ଦେଖିବାକୁ ମିଳିଥିଲା । ବିଶ୍ୱକର୍ମା ପୂଜାରେ ଚୌଦ୍ୱାରରେ ଥର୍ମାଲ ରୋଡରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟରେ ପୂର୍ବରୁ ମେଳା ଲାଗୁଥିବାବେଳେ ଚଳିତ ବର୍ଷ ସେଠାରେ ପୁଜାର ମହୋଲ ଖାଁ ଖାଁ ଥିବା ଦେଖିବାକୁ ମିଲିଥିଲା । ସେହିପରି ସ୍ଥାନୀୟ ଇମ୍ଫା କାରଖାନା, ଗାନ୍ଧୀ ଛକ ଟ୍ୟାକ୍ସି ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ,କଳିଙ୍ଗ ଛକ ଅଟୋଷ୍ଟାଣ୍ଡ, ବିରାଟ ବଜାର ଅଟୋ ଏବଂ ଟ୍ୟାକ୍ସି ଷ୍ଟାଣ୍ଡ ଆଦିରେ ବିଧି ବିଧାନ ମୁତାବକ ନିରାଡ଼ମ୍ବର ଭାବେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି । ଏଥି ସହିତ ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ ମଧ୍ୟ ବିଶ୍ୱକର୍ମାଙ୍କ ପୂଜା ପାଳିତ ହୋଇଯାଇଛି ।

Comments are closed.