www.samajalive.in
Saturday, December 13, 2025
23.1 C
Bhubaneswar

ହିଲଟପରେ ଦଳୀୟ ବୈଠକ କଲେ ବିଧାୟକ, ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା

ଜି.ଉଦୟଗିରି: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ହିଲଟପ୍ ରେ ପହଞ୍ଚି ଦଳୀୟ ବୈଠକ କରିଛନ୍ତି। ହିଲଟପକୁ ଯିବା ପାଇଁ ରାସ୍ତା ଅନୁକୁଳ ନଥିବାରୁ ଉକ୍ତ ସେଠାକୁ ସାଧାରଣ ଗମନାଗମନରେ ବ୍ୟାହତ ସୃଷ୍ଟି ହେଉଛି। ଏ ସମ୍ପର୍କରେ ବୈଠକରେ ଆଲୋଚନା କରି ବିଧାୟକ ଶ୍ରୀ ପ୍ରଧାନ ରାସ୍ତା ନିର୍ମାଣ ପାଇଁ ନିଜ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଏହାସହିତ ହିଲଟପକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସେ ରଟିଙ୍ଗିଆ ଠାରେ ନିର୍ମିତ ମଠ ଗୃହକୁ ଉଦଘାଟନ କରିଥିଲେ।
ହିଲଟପ ଠାରେ ହୋଇଥିବା ବୈଠକରେ ଜି.ଉଦୟଗିରି ନଗର ବିଜେଡି ସଭାପତି ଗୋପାଳ ମହାପାତ୍ର, ନଗର ମହିଳା ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବ୍ଳକ ବିଜେଡି ସଭାପତି ଲିଙ୍ଗରାଜ କହଁର, ବ୍ଳକ ମହିଳା ସଭାନେତ୍ରୀ ବିଜୟିନୀ ନାୟକ, ବ୍ଳକ ଛାତ୍ର ସଭାପତି ଛୋଟନ ନାୟକ, ବ୍ଳକ ବିଧାୟକ ପ୍ରତିନିଧି ଜମେଶ ପ୍ରଧାନ,ବ ରିଷ୍ଟ ବିଜେଡି ନେତା ଦେବନାଥ ଦଳବେହେରା, ଏମଡି ଆଲମାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories