www.samajalive.in
Saturday, December 13, 2025
23.1 C
Bhubaneswar

ଲାଞ୍ଜିଗଡ ବ୍ଲକର ଭଟାଙ୍ଗପଦର ଗାଁକୁ ଆଦର୍ଶ ସାଂସଦ ଗ୍ରାମ ଭାବେ ଗ୍ରହଣ କଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

ଲାଞ୍ଜିଗଡ଼:ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ଅନେକ ଗାଁ ଅଛି ଯେଉଁଠି ସରକାରଙ୍କ ମୌଳିକ ସୁବିଧା ଅପହଞ୍ଚ। ସେ ଅଞ୍ଚଳର ବିକାଶ ଉପରେ ବର୍ତ୍ତମାନ ଗୁରୁତ୍ୱ ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର। ଲାଞ୍ଜିଗଡ ବ୍ଲକର ଭଟାଙ୍ଗପଦର ଗାଁକୁ ଯାଇ ସେ ସେଠାରେ ଭଟାଙ୍ଗପଦର ଗାଁକୁ ଅାଦର୍ଶ ସାଂସଦ ଗ୍ରାମ ଭାବରେ ଗ୍ରହଣ କରିଥିଲେ ଏବଂ ଆଦର୍ଶ ସାଂସଦ ଗ୍ରାମର ଫଳକ ଉନ୍ମୋଚନ କରିଥିଲେ ସାଂସଦ। ରାଜ୍ୟସଭା ସାଂସଦର ଗସ୍ତକୁ ନେଇ ଭଟାଙ୍ଗପଦର ପଞ୍ଚାୟତର ସମସ୍ତ ଜନସାଧାରଣ ଉତ୍ସାହିତ ଥିବା ବେଳେ ସାଂସଦଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ପରିପ୍ରେକ୍ଷିରେ ସେ ସାଂସଦ ପାଣ୍ଠିରୁ ୩ଲକ୍ଷ ଟଙ୍କା ବିନିମୟରେ ଏକ ବିଶ୍ରାମଗାରାର ଭୂମି ପୂଜନ କରିଥିଲେ। ଭଟାଙ୍ଗପଦର ଗାଁରେ ଥିବା ସରକାରଙ୍କ ଅନେକ ମୈାଳିକ ସୁବିଧା ପାଇ ଲୋକେ ଯେପରି ଉପକୃତ ହେବେ ସେ ଦିଗରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଭଟାଙ୍ଗପଦର ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଆବାସ ଯୋଜନା, ମଧୁବାବୁ ପେନସନ ଯୋଜନାରୁ ଯେପରି ଲୋକେ ବଞ୍ଚିତ ନହୁଅନ୍ତି ସେ ଦିଗରେ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ତା’ ପରେ ଲାଞ୍ଜିଗଡ ବ୍ଲକର ମୁଖ୍ୟାଳୟ ବିଶ୍ୱନାଥପୁରକୁ ଗସ୍ତ କରି ବିଶ୍ୱନାଥପୁରର ବିଜେପୁର ଛକରେ ଅଞ୍ଚଳର ନିରକ୍ଷର ଇଞ୍ଜିନିୟର କାର୍ଜି ମାଝୀଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରିଥିଲେ। ଏହି ଅବସରରେ ବିଜେପୁର ଛକକୁ କାର୍ଜି ମାଝୀ ଛକ ନାମରେ ନାମିତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଯେତେବେଳେ ଲାଞ୍ଜିଗଡ ଅଞ୍ଚଳରେ ମରୁଡିର ପାଦ୍ରୁଭାବ ଦେଖାଦେଇଥିଲା ସେ ସମୟରେ କାର୍ଜି ମାଝୀ ପାହାଡରୁ ଆସୁଥିବା ଝରଣା ପାଣିକୁ ଅଟକାଇ ୪୫ଗୋଟି ଗାଁକୁ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ। ତାଙ୍କର ଏହି ପ୍ରୟାସ ଯୋଗୁଁ ଅଞ୍ଚଳରେ ସୁନାର ଫସଲ ହସି ଉଠିଥିଲା। ପ୍ରଥମ ଥର ପାଇଁ ତାଙ୍କୁ ମନ ପକାଇବା ଉଦେଶ୍ୟରେ ଆଜି କାର୍ଜି ମାଝୀଙ୍କ ନାମରେ ବିଶ୍ୱନାଥପୁର ଗାଁର ବିଜେପୁର ଛକକୁ କାର୍ଜି ମାଝୀ ଛକ ନାମରେ ନାମିତ କରାଯାଇଥିଲା। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀଙ୍କ ଉଦ୍ୟମ କ୍ରମେ କାର୍ଜି ମାଝୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର।

କାର୍ଜି ମାଝୀ କଳାହାଣ୍ଡି ମାଟି ପାଇଁ ଗର୍ବ ଏବଂ ଗୌରବ। ତାଙ୍କ ପାଇଁ ଏ ଅଞ୍ଚଳରେ ସୁନାର ଫସଲ ଫଳୁଛି। ତାଙ୍କ ନକ୍ସାରେ ଅନେକ କେନାଲ ନିର୍ମାଣ ହୋଇ ଜମିକୁ ଜଳସେଚନ କରାଯାଉଛି। ସେହିପରି ଲାଞ୍ଜିଗଡ ବ୍ଲକ ପରିସରରେ ଥିବା ଏକ ବିଶ୍ରାମଗାରକୁ ମଧ୍ୟ ରାଜ୍ୟସଭା ସାଂସଦ ଉଦଘାଟନ କରିଥିଲେ। ବ୍ଲକ ଅଞ୍ଚଳରୁ ଆସିଥିବା ଅନେକ ଲୋକ ବ୍ଲକରେ ଥିବା ବିଭିନ୍ନ କାମରେ ଆସି ହଇରାଣ ହରକତ ହେଉଥିଲେ। ବିଶ୍ରାମ କରିବା ପାଇଁ ବ୍ଲକ ପରିସରରେ ବିଶ୍ରାମ ଘରଟିଏ ମଧ୍ୟ ନଥିଲା। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମ ଘର ନିର୍ମାଣ କରାଯାଇଥିଲା। ଏହାର ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝୀଙ୍କ ତତ୍ତ୍ବାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଭଟାଙ୍ଗପଦର ପଞ୍ଚାୟତ ନିର୍ବାହି ଅଧିକାରୀ ସୁନିଲ ମହାରଣା, ଯନ୍ତ୍ରୀ ଗୋଲକ ବିହାରୀ ଭୋଇ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ସେବାଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ, ଭଟାଙ୍ଗପଦର ସରପଞ୍ଚ ବାସ ମାଝୀ, ସମିତିସଭ୍ୟ ଶାନ୍ତି ମାଝୀ, ବିଜେଡି ଜିଲା ସାଧାରଣ ସମ୍ପାଦକ ଅଜିତ କୁମାର ଜାଦବ, ଜିଲା ବିଜେଡି ସମ୍ପାଦକ ଲବଣୀ ମହାନନ୍ଦ ପ୍ରମୁଖ ଯୋଗଦେଇ କାର୍ଜି ମାଝୀର ସ୍ମୃତି ଚାରଣ କରି ଅମରଆତ୍ମାର ସଦଗତି କାମନା କରିଥିଲେ। ଶେଷରେ ସମାଜସେବି ଧର୍ମେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories