www.samajalive.in
Sunday, December 14, 2025
14.1 C
Bhubaneswar

ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

ଗୋପାଳପୁର: ଗୋପାଳପୁର ବେଳାଭୂମି ରେ ବ୍ରହ୍ମପୁର ସ୍ଥିତ ଏକାଡେମୀ ଅଫ୍ ଟେକ୍ନୋକ୍ରାଫ୍ଟ , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ଏବଂ ଚେନ୍ନାଇ ସ୍ଥିତ ଜାତୀୟ ସାଗର ତଟ ଗବେଷଣା କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳନ ହୋଇଥିଲା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମୁଦ୍ରିକ ବିଜ୍ଞାନ ବିଭାଗର ତଥା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ଉପ ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀ ଭି. କୀର୍ତ୍ତି ଭାସନ, ଏକାଡେମୀ ଅଫ୍ ଟେକ୍ନୋକ୍ରାଫ୍ଟର ନିର୍ଦେଶକ ଡ.ଦୀପକ ରଞ୍ଜନ ଦାଶ, ଗୋପାଳପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ୍, ଗୋପାଳପୁର ବତି ଘରର ଅଧିକାରୀ ଆଶିଷ କୁମାର ଦାଶ, ୫୫ ନଂ ଜିଲ୍ଲା ପରିଷଦ ଶଶି ଭୂଷଣ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।

ପ୍ରଫେସର ପ୍ରତାପ କୁମାର ମହାନ୍ତି ବୈଜ୍ଞାନିକ ତଥ୍ୟ ଆଧାରରେ ସମୁଦ୍ର ଜଳ ଓ ସାମୁଦ୍ରିକ ଜୀବ ବିଭିନ୍ନ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ ଓ ପଲିଥିନ ଦ୍ଵାରା ଦୂଷିତ ହୋଇ ମାନବ ସମାଜ ପାଇଁ ସଂକଟର କାରଣ ସାଜିଥିବା ନେଇ ଆଲୋକପାତ କରିଥିଲେ। ଉପ ଜିଲ୍ଲାପାଳ କହିଥିଲେ ଯେ ଲୋକେ ସଚେତନ ନ ରହି ଏଣେତେଣେ ଆବର୍ଜନା ପକାଉଛନ୍ତି ତେଣୁ ନିଜେ ସଚେତନ ରହିବା ସହ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ଡଷ୍ଟବିନ୍ ବ୍ୟବହାର କରିବା ଦ୍ୱାରା ଆଗମୀ ପିଢି ସ୍ୱଚ୍ଛତା ଓ ସୁସ୍ଥ ରହି ପାରିବେ ବୋଲି କହିଥିଲେ।

- Advertisement -

ବିଧାୟକ ବିକ୍ରମ ପଣ୍ଡା ଜନସାଧାରଣ ଯେଉଁ ପର୍ୟ୍ୟନ୍ତ ସଚେତନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ବେଳା ଭୂମି ସ୍ୱଚ୍ଛତା,ସୁନ୍ଦର ଓ ପରିବେଶ ସନ୍ତୁଳନ ରହିବ ନାହିଁ। ତାହା ସହ ସଚେତନ ବୋର୍ଡ ମାରିବା ସହ ଅମାନିଆ ଙ୍କ ଠାରୁ ଜୋରିମାନା ଆଦାୟ କରିବା ଏବଂ ନିଜେ ସଚେତନ ରହି ଅନ୍ୟ କୁ ସଚେତନ କରିବାକୁ କହିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମହାନ୍ତି କହିଥିଲେ ଯେ ଆଜି ଦିନକ ପାଇଁ ସଚେତନ ନ ହୋଇ ବର୍ଷ ତମାମ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରେ ଅତିଥି ମାନେ ସବୁଜ ପତକା ଦେଖାଇ ବେଳାଭୂମି ସଫେଇ ର ଶୁଭାରମ୍ଭ କରିଥିଲେ। ଅତିଥି ଓ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ବେଳାଭୂମି ସଫେଇ କରାଯାଇଥିଲା।

ସଫେଇ ବେଳେ ମିଳିଥିବା ଜିନିଷ କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ବେଳାଭୂମିର ୧୩୯୩୪.୮ ବର୍ଗ ମିଟରରୁ ୬୭.୧ କେଜି ବର୍ଜ୍ୟବସ୍ତୁ ସଂଗୃହିତ ହୋଇଥିଲା। ୨୦ ପ୍ରକାରର ପ୍ଲାଷ୍ଟିକ ୨୫.୪୨ କେଜି, କାଚ ୨୫.୯ କେଜି, ଫୋମ ୦.୬୧ କେଜି,ଧାତବ ପଦାର୍ଥ ୦.୩୪ କେଜି,କାଗଜ ୧.୭ କେଜି, କନା ୦.୩୨ କେଜି, ରବର ୧୧.୨ କେଜି, ପୂଜା ସାମଗ୍ରୀ ୧.୬ କେଜି ମିଳିଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ଚଳିତ ବର୍ଷ ବର୍ଜ୍ୟବସ୍ତୁର ପରିମାଣ ବୃଦ୍ଧି ପାଇଛି ବୋଲି ପ୍ରଫେସର ମହାନ୍ତି ସୁଚନା ଦେଇଛନ୍ତି।

ଏଥିରେ ବ୍ରହ୍ମପୁର ସ୍ଥିତ ଏକାଡେମୀ ଅଫ୍ ଟେକ୍ନୋକ୍ରାଫ୍ଟର ଅମିତା ଦାଶ, ବାଳ କୃଷ୍ଣ ସାହୁ, ଉମା ପଣ୍ଡା, ପିଙ୍କି ଶତପଥି, ପ୍ରମିତା ପାଢ଼ୀ, ଅବିନାଶ ପଳେଇ,କୈଳାଶ ପଳେଇ ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ଡ. ମୁକୁନ୍ଦ ଖlଡଙ୍ଗା, ଡ.ଅସୀମ ଅମିତାଭ ପଟନାୟକ, ଡ. ଶେଷଦେବ ପାତ୍ର, ଡ. ପ୍ରବୀଣ କୁମାର କର, ଡ.ବାଲାଜୀ ବେହେରା, ସୁଭଜିତ ବାରିକ, ଭୁବନେଶ୍ଵରୀ ପଣ୍ଡା, ସଂଯୁକ୍ତା ପାଢ଼ୀ,ଏନ୍.ଲୋଚନ ପାତ୍ରଙ୍କ ସମେତ ପାଣିପାଗ ବିଭାଗ, ଗୋପାଳପୁର ବନ୍ଦର, ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣର କର୍ମଚାରୀ, ଥାନା ଅଧିକାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories