www.samajalive.in
Sunday, December 14, 2025
14.1 C
Bhubaneswar

ବିଏମସି ଜୋନାଲ ଡେପୁଟି କମିଶନର ଓ ପୁଲିସ ଉପରେ ବାର କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ, ୪ ଅଟକ

ସରକାରଙ୍କ ଦ୍ୱାରା ଜାରି ନିୟମ ପାଳନ କରିବାକୁ ଯାଇ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ମହାନଗର ନିଗମର ଦୁଇ ଜଣ ଜୋନାଲ ଡେପୁଟି କମିଶନର ଓ ପୁଲିସ କର୍ମଚାରୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଉଭୟ ବାରର କର୍ମଚାରୀମାନେ ମିଳିତ ଭାବେ ଏଭଳି କାଣ୍ଡ ଭିଆଇ ଥିବା ପ୍ରାଥମିକ ଭାବେ ଜଣାପଡିଛି। ସମ୍ବାଦ ଲେଖା ହେବା ବେଳକୁ ଘଟଣାରେ ପୁଲିସ ଦୁଇଟି ବାରର ଦୁଇ ଜଣ ପରିଚାଳକ ଓ ସିକୁରିଟିଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ପୁଲିସ ସେହି ୪ ଜଣଙ୍କୁ ଗିରଫ କରିବା ସମ୍ଭାବନା ରହିଛି।

ଆମ ସମ୍ବାଦଦାତାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ କୋଭିଡ ଯୋଗୁ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିବା ବେଳେ ବିଏମସି ଅଧୀନରେ ଚନ୍ଦ୍ରଶେଖରପୁର କାନନ ବିହାର ଅଂଚଳରେ ଥିବା କ୍ରିଷ୍ଟାଲ କୋର୍ଟ ୱାର୍ଡରେ ଥିବା ‘ବିବିଆଇ’ ଓ ‘ଉପ୍ରି’ ବାର ରାତି ୧୦ଟା ପରେ ଖୋଲା ରହିଥିବା ଖବର ମିଳିଥିଲା। ଖବର ପାଇ ବିଏମସିର ଦୁଇ ଜଣ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ସ୍ୱରୂପ ନନ୍ଦନ ବେହେରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରିବା ପାଇଁ ଯାଇଥିବା ବେଳେ ସେମାନଙ୍କୁ ବାର କର୍ମଚାରୀ କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରିଥିଲେ। ଅଧିକାରୀମାନେ ଲିଫ୍ଟରେ ଥିବା ବେଳେ ବାର କର୍ମଚାରୀ ଲିଫ୍ଟରୁ ବିଦ୍ୟୁତ ବିଛିନ୍ନ କରି ଦେଇଥିଲେ ଯାହା ଫଳରେ ଅନ୍ଧାର ଓ ଗରମ ଭିତରେ ରାତି ୧୦.୨୫ ମିନିଟରୁ ୧୧.୧୦ ମିନିଟ ପ୍ରାୟ ୪୫ ମିନିଟ ଯାଏଁ ସମସ୍ତ ବିଏମସି ଅଧିକାରୀ ଓ କର୍ମଚାରୀ ଅଟକ ରହିଥିଲେ। ବିଏମସି ସହାୟତାରେ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ପାଣି ଏବଂ ଅମ୍ଳଜାନ ଅଭାବବି ଯୋଗୁ ଉଭୟ ଅଧିକାରୀ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ସ୍ୱରୂପ ନନ୍ଦନ ବେହେରା ସଂଜ୍ଞାହୀନ ହୋଇ ପଡିବାରୁ ସେମାନଙ୍କୁ ନିକଟସ୍ତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି।

- Advertisement -

ଚଢ଼ାଉ ବେଳେ ବିଏମସି କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ‘ବିବିଆଇ’ ଓ ‘ଉପ୍ରି’ ବାର’ର କର୍ମଚାରୀମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସମ୍ପୃକ୍ତ କର୍ମଚାରୀମାନେ ବାର’ରେ ଥିବା ଲୋକମାନଙ୍କୁ ଆକ୍ରମଣ କରିବା ଓ ମାଡ଼ ମାରିବା ପାଇଁ ଉସୁକାଇ ଥିବା ଜଣାପଡିଛି।

ବିଏମସି ପକ୍ଷରୁ ଦାୟର ଏତଲାରୁ ଜଣାପଡିଛି ଯେ ଉଭୟ ବାର’ର ଦୁଇ ଜଣ ପରିଚାଳକ ସନ୍ତୋଷ ବେହେରା ଓ ଅନନ୍ତ ନାଥ ଏବଂ ଅମିତ ପଣ୍ଡା, ରାକେଶ ଓ ଅନ୍ୟମାନେ ପୁଲିସ ଉପରେ ଆକ୍ରମଣ ସହ ମାଡ଼ ମାରିଥିବା ଜଣାପଡିଛି। ସେମାନେ ପୁଲିସ କର୍ମଚାରୀଙ୍କ ପୋଷାକ ଚିରିଦେବା ସହ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ବାର’ର କର୍ମଚାରୀମାନେ ସଙ୍ଗବଦ୍ଧ ହୋଇ ମଦ ବୋତଲ ଭାଙ୍ଗି ପୁଲିସ କର୍ମଚାରୀଙ୍କୁ ମାରିବାକୁ ଗୋଡ଼ାଇଥିଲେ। ଆହତ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏବେ ଉଭୟ ବାର’ର ଦୁଇ ଜଣ ପରିଚାଳକ ସନ୍ତୋଷ ବେହେରା ଏବଂ ଅନନ୍ତ ନାଥ ଓ ଅମିତ ପଣ୍ଡା ଏବଂ ରାକେଶ ପଣ୍ଡାଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories