www.samajalive.in
Sunday, December 7, 2025
26.1 C
Bhubaneswar

ଭଇଁରୀ ଗ୍ରାମର ବିଦ୍ୟୁତ୍ ଖୁଣ୍ଟରୁ ଅଗ୍ନିଶମ ବିଭାଗର ସହାୟତାରେ ଯୁବକଙ୍କ ଶବ ଉଦ୍ଧାର

କଲମପୁର :କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଭଇଁରୀ ଗ୍ରାମ ଠାରେ ଘଟିଛି ଏକ ଅଘଟଣ। ଶନିବାର ସକାଳେ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଗ୍ରାମର ନିଳାଂଚଳ ନାଏକଙ୍କ ୪୦ ବର୍ଷିୟ ପୁଅ ଗଜାନନର ଶବ ଲଟକି ଥିବା ପରିବାର ଲୋକ ଦେଖିଥିଲେ। ତୁରନ୍ତ ଏନେଇ ପରିବାର ଲୋକ ବଡକୁଟୃ ପୁଲିସ ଫାଣ୍ଡି ରେ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ତରଫରୁ ଅଭିଯୋଗ କରାଯାଉଛି। ଅନ୍ୟପଟେ ପୁଲିସ ଘଟଣା ସ୍ଥଳରେ ପହଂଚିବା ପରେ କଲମପୁର ଅଗ୍ନୀଶମ ବିଭାଗକୁ ସୁଚନା ଦେଇଥିଲେ। ଅଗ୍ନୀଶମ ବିଭାଗ ହାବିଲଦାର ବିନୋଦ କେର୍କେଟାଙ୍କ ନେତୃତ୍ୱରେ ଅଗ୍ନୀଶମ ବିଭାଗ କର୍ମଚାରୀ ପହଂଚି ଏକ ସିଡି ସାହାଯ୍ୟରେ ଶବକୁ ତଳକୁ ଓହ୍ଲାଇଥିଲେ। ଏହାପରେ ପୁଲିସ ଶବ ଜବତ କରି ପଂଚନାମ କରିବା ସହ ବ୍ୟବଚ୍ଛେଦ ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଶବ ବାହକଯାନ ସହାୟତାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ପରାମର୍ଶ ଦେଇଛନ୍ତି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ଏଥିରେ ନିକଟସ୍ଥ ଗ୍ରାମର କିଛି ଯୁବକ ସଂଶ୍ଳିଷ୍ଟ ରହିଛନ୍ତି ବୋଲି ପରିବାର ଅଭିଯୋଗ କରିଛନ୍ତି। । ଏହି ଘଟଣା ପୂର୍ବରୁ ଏକାଧିକବାର ଗଜାନନକୁ ମାଡ ମାରିବା ପାଇଁ ଗୋଡାଉଥିବା ଗଜାନନର ପତ୍ନୀ ଓ ବାପା ନିଳାଂଚଳ ନାଏକ ଗଣମାଧ୍ୟମ ଏବଂ ପୁଲିସ ସମ୍ମୁଖରେ ଅଭିଯୋଗ କରିଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories