ପ୍ରସ୍ତାବିତ ସ୍ଥାନକୁ ବିରୋଧ ପରେ ବିଧାୟକଙ୍କ ସହିତ ଜିଲାପାଳ କଲେ କ୍ଷେତ୍ର ପରିଦର୍ଶନ

ବଡ଼ମ୍ବା: ବଡ଼ମ୍ବାରେ ଏକ ଦେଖିଲାଭଳି(ଆଇକନିକ୍‍) ବସଷ୍ଟାଣ୍ଡ ନିର୍ମାଣ ହେବ ଏବଂ ଏଥିଲାଗି ସ୍ଥାନୀୟ ଲୋକଙ୍କ ସହଯୋଗ ଅପରିହାର୍ଯ୍ୟ ବୋଲି ଜିଲାପ୍ରଶାସନ ଆଶାବ୍ୟକ୍ତ କରିଛନ୍ତି। ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ କଟକ ଜିଲାପାଳ ଭାବାନୀଶଙ୍କର ଚୟିନୀଙ୍କ ସହିତ ଜିଲା ପ୍ରଶାସନର ଏକ ଉଚ୍ଚପ୍ରତିନିଧି ଦଳ ଶୁକ୍ରବାର ଏହି ନୂତନ ପ୍ରକଳ୍ପ ନିର୍ମାଣ ନିମିତ ସ୍ଥାନ ନିରୁପଣଲାଗି ବଡ଼ମ୍ବା ଗସ୍ତରେ ଆସିଥିଲେ। ପ୍ରାୟ ଏକଘଣ୍ଟା ଧରି ବିଭିନ୍ନ ସ୍ଥାନ ପରିଦର୍ଶନ କରିବାପରେ ସ୍ଥାନୀୟ ଉପକାରାଗାର ଏବଂ କଲେଜ ମଧ୍ୟସ୍ଥଳରେ ଥିବା ଏକ ସ୍ଥାନକୁ ଆପାତତଃ ଏହି ପ୍ରକଳ୍ପଲାଗି ନିରୁପଣ କରାଯାଇଥିବା ଜଣାଯାଇଛି।

ସୂଚନାଥାଉକି ନୂତନ ବସଷ୍ଟାଣ୍ଡ ବଡ଼ମ୍ବାର ଏକ ପୁରାତନ ଶିକ୍ଷାନୁଷ୍ଠାନ ବାପୁଜି ମଡେଲ ସ୍କୁଲରେ କରାଯିବା ନେଇ ପ୍ରଶାସନର ପୂର୍ବନିଷ୍ପତିକୁ ପୁରାତନ ଛାତ୍ର,ସ୍ଥାନୀୟ ଓକିଲସଂଘ ଏବଂ ଜନସାଧାରଣ ବିରୋଧ କରିଥିଲେ। ଫଳସ୍ୱରୁପ ବିକଳ୍ପ ସ୍ଥାନ ନିରୁପଣ ନେଇ ଜିଲାପ୍ରଶାସନ ଏବଂ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ଆଜି ସେନେଇ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରକାଶ। ଜିଲାପାଳ ଶ୍ରୀ ଚୟିନୀଙ୍କ ସହିତ ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତି,ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ର ମୁଖ୍ୟ ପରିଚାଳନା ନିର୍ଦେଶକ ତଥା ଜେଲ ବିଭାଗର ଆଇଜି ଦିତ୍ତେଷ ପଟ୍ଟନାୟକ(ଆଇପିଏସ), ବିଭାଗୀୟ ଓଏସଡି ଦିପ୍ତି ମହାପାତ୍ର, ତହସିଲଦାର ଦେବଦତ୍ତ ମହାନ୍ତ ପ୍ରମୁଖ କ୍ଷେତ୍ରପରିଦର୍ଶନ ତଥା ଆବଶ୍ୟକ ସ୍ଥାନ ନିରୁପଣ ସମୟରେ ଉପସ୍ଥିତ ଥିଲେ।

prayash

ପରିଦର୍ଶନ ସମୟରେ ଉଚ୍ଚ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ଓକିଲସଂଘର ସଭାପତି ଆଇନଜୀବୀ ସନ୍ତୋଷକୁମାର ବେହେରା, ସମ୍ପାଦକ ପ୍ରମୋଦକୁମାର ପୁହାଣ, ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ଜେନା, ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ସହିତ ବସଷ୍ଟାଣ୍ଡ ନିର୍ମାଣ ନେଇ ସ୍ଥାନ ନିରୁପଣ ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଶ କରିଥିଲେ। ଆଲୋଚନାରେ ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ନିଜିଗଡ଼ ବଡ଼ମ୍ବା ପଞ୍ଚାୟତର ସରପଞ୍ଚ ସୁଧାଂଶୁ କିଶୋର ମହାନ୍ତି, ସମିତି ସଭ୍ୟ ମୁରଲୀଧର ମହାପାତ୍ର, ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ପୂର୍ବତନ ଜିଲା ପରିଷଦ ସୂର୍ଯ୍ୟ କିଶୋର ମହାନ୍ତି, ପୂର୍ବତନ ସରପଞ୍ଚ ମହେନ୍ଦ୍ର କୁମାର ପଢିଆରୀ, ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଅନେକ ନେତୃବର୍ଗ ଉପସ୍ଥିତ ଥିଲେ।

ଗସ୍ତ ସମୟରେ ବିଧାୟକ ଶ୍ରୀ ମିଶ୍ର, ଜିଲାପାଳ ଶ୍ରୀ ଚୟିନୀ ଏବଂ ବିଭାଗୀୟ ଆଇଜି ଶ୍ରୀ ପଟ୍ଟନାୟକ କ୍ଷଣିକ ସମୟ ପାଇଁ ଖୁବ୍‍ଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବାକୁ ଥିବା ବଡ଼ମ୍ବା ଉପକାରାଗାର ପରିସର ପରିଦର୍ଶନ କରିଥିଲେ। ଏହି ଉପକାରାଗାର ଖୋଲିବା ଦିଗରେ ସମସ୍ତ ମରାମତି କାର୍ଯ୍ୟ ତ୍ୱରାନିତ କରିବାକୁ ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

kalyan agarbati

Comments are closed.