ଆଠଗଡ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିବସ ଅବସରରେ ଆଠଗଡ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱର ଦଳର ନେତା ଓ କାର୍ଯ୍ୟକର୍ତ୍ତା ସନ୍ଧ୍ୟାରେ ମୋଦୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଚାନ୍ଦବାଲିଛକସ୍ଥିତ ହନୁମାନ ମନ୍ଦିରରେ ଦୀପଦାନ କରିଥିଲେ। ସକାଳେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମହିଳା କଲେଜ ସନ୍ନିକଟ ପୂଜ୍ୟପୂଜା ପୀଠରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରିବା ସହ ପରିସରକୁ ସଫେଇ କରିଥିଲେ।
ମୋଦୀଙ୍କ ଜନ୍ମଦିନ ଅବସରରେ ୭ଦିନ ବ୍ୟାପୀ ହେବାକୁ ଥିବା ସେବା ସପ୍ତାହ ମଧ୍ୟରେ ଦଳ ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ବରିଷ୍ଠ ନେତା ଶ୍ରୀ ରାୟ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ପ୍ରକାଶ କୁମାର ସେଠୀ, ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ, ଉପସଭାପତି ପ୍ରଦୀପ ମହାପାତ୍ର, ସାଧାରଣ ସଂପାଦକ ରମାକାନ୍ତ ସେନାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜଗଦାନନ୍ଦ ତ୍ରିପାଠୀ, ୩ନଂ ଜୋନ ମଣ୍ଡଳ ସଭାପତି ସୋମନାଥ ବେହେରା, ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ନାୟକ, ଦିଲ୍ଲୀପ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।



