www.samajalive.in
Friday, December 12, 2025
26.1 C
Bhubaneswar

ମହିଳା ବିରୋଧୀ ଅପରାଧ: ଦ୍ୱିତୀୟରେ ଓଡ଼ିଶା

ଭୁବନେଶ୍ୱର: ମହିଳା ବିରୋଧୀ ଅପରାଧ ହାରରେ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି। ରାଜ୍ୟର ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏଭଳି ପ୍ରାୟ ୧୧୩ଟି ମାମଲା ଘଟୁଛି। ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)- ୨୦୨୦ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କେବଳ ମହିଳା ବିରୋଧୀ ଅପରାଧ ନୁହେଁ; ଶିଶୁଙ୍କ ବିରୋଧରେ ଅପରାଧ, ହତ୍ୟା ଓ ଅନ୍ୟାନ୍ୟ ଅପରାଧ କ୍ଷେତ୍ରରେ ବି ରାଜ୍ୟର ସ୍ଥିତି ଉଦ୍‌ବେଗଜନକ ରହିଥିବା ଜଣାପଡିଛି। ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ଏହି ୩ ବର୍ଷରେ ମହିଳାଙ୍କ ବିରୋଧରେ ଅପରାଧ ତଥ୍ୟ ଦେଖିଲେ ଏହା ବଢୁଥିବା ଜଣାପଡିଛି। ରିପୋର୍ଟ କହୁଛି ଗତବର୍ଷ ମୋଟ୍ ୨୫ ହଜାର ୪୮୯ଟି ମାମଲା ସାମ୍ନାକୁ ଆସିଥିଲା। ୨୦୧୯ରେ ଏହି ସଂଖ୍ୟା ୨୩ ହଜାର ୧୮୩ ଓ ୨୦୧୮ରେ ୨୦ ହଜାର ୨୭୪ ଥିଲା। ଉଦ୍‌ବେଗର ବିଷୟ ହେଉଛି ୨୦୨୦ରେ ମହିଳାଙ୍କ ବିରୋଧରେ ମୋଟ୍ ଅପରାଧ ୧୧୨. ୯ ହାର ଥିଲା। ଅର୍ଥାତ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୧୧୩ଟି ମହିଳା ବିରୋଧୀ ଅପରାଧ ଘଟଣା ଘଟୁଛି। ଯାହାକି ସାରା ଦେଶରେ ଦ୍ୱିତୀୟ ସର୍ବାଧିକ।

ସେହିପରି ୨୦୨୦ରେ ୧୭ ଜଣ ନାବାଳିକାଙ୍କ ସମେତ ସମୁଦାୟ ୧୨ଶହ ୧୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି ୨୦ ଜଣ ଶିଶୁ। ଅପରାଧ କ୍ଷେତ୍ରରେ ବି ଓଡ଼ିଶାର ସ୍ଥିତି ଭଲ ନାହିଁ। ୨୦୧୮ରେ ୫ ହଜାର ୨୧୭, ୨୦୧୯ରେ ୭ହଜାର ୧୨ ଓ ୨୦୨୦ରେ ୬ ହଜାର ୩୩୦ ଶିଶୁ ଅପରାଧ ମାମଲା ହୋଇଥିବା ରିପୋର୍ଟରେ କୁହାଯାଇଛି। ସେପଟେ ୨୦୨୦ରେ ୧୨ ଶିଶୁଙ୍କୁ ହତ୍ୟା କରାଯାଇଥିବା ବେଳେ ସେଥିମଧ୍ୟରୁ ୯ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

- Advertisement -

ତଥ୍ୟ ଅନୁଯାୟୀ, ୨୦୧୮ରେ ୧୩୭୮ ଓ ୨୦୧୯ରେ ୧୩୫୬ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୦ରେ ତାହା ବଢ଼ି ୧୪୭୦ରେ ପହଞ୍ଚିଛି। ଏସବୁକୁ ଦେଖିଲେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ୨୦୨୦ରେ ଅପରାଧ ହାର ବେଶ୍ ବଢିଛି। ୨୦୧୮ରେ ମୋଟ୍ ୧ ଲକ୍ଷ ୭ ହଜାର ୪୦୮ଟି ଅପରାଧିକ ମାମଲା ହୋଇଥିବା ବେଳେ ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ଏବଂ ୨୦୨୦ରେ ଏହା ୧ଲକ୍ଷ ୩୪ ହଜାର ୨୩୦ରେ ପହଞ୍ଚିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories