www.samajalive.in
Friday, December 12, 2025
23.1 C
Bhubaneswar

ମୌସୁମି ସକ୍ରିୟ, ୧୮ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ବର୍ଷା ୧୧୬ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡାରେ ୭୬.୮ମିମି, ବାରିପଦାରେ ୩୫.୬ମିମି, ଭୁବନେଶ୍ବରରେ ୨୪ମିମି, ପାରାଦ୍ବୀପରେ ୨୩.୭ମିମି, ସମ୍ବଲପୁରରେ ୨୨.୪ମିମି, ହୀରାକୁଦରେ ୨୬.୪ମିମି ବର୍ଷା ହୋଇଛି।

ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ତଥ୍ୟାନୁଯାୟୀ, ଜଗତସିଂହପୁରରେ ୪୦.୯ମିମି, ଦେବଗଡରେ ୩୩.୭ମିମି, ଢେଙ୍କାନାଳରେ ୦.୧ମିମି, ନୟାଗଡରେ ୦.୫ମିମି ଓ ଗଞ୍ଜାମରେ ୩ ମିମି ବର୍ଷା ହୋଇଛି। ବ୍ଲକସ୍ତରରେ ଘଟଗାଁ ବ୍ଲକରେ ୧୨୪.୭ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଭୋଗରାଇରେ ୧୨୨.୨ମିମି, କାକଟପୁରରେ ୧୦୭.୪ମିମି, ସବଡେଗାରେ ୧୧୮ ଏବଂ ସୁନ୍ଦରଗଡରେ ୧୧୬.୧ ମିମି ବର୍ଷା ହୋଇଛି। ୫୦ମିମିରୁ ୧୦୦ମିମି ମଧ୍ୟରେ ୨୩ ବ୍ଲକରେ ବର୍ଷା ରେକର୍ଡ କରାଯାଇଛି। ଜୁନ୍ ପହିଲାରୁ ସେପ୍ଟେମ୍ବର ୧୫ ସୁଦ୍ଧା ୬ ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ ଜିଲାରେ ଏବେ ବି ନିଅଣ୍ଟିଆ ବର୍ଷା ରହିଛି।

- Advertisement -

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ଉତ୍ତର ବଙ୍ଗୋପସାଗରରେ ୧୮ ତାରିଖ ବେଳକୁ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ରେ ପଶ୍ଚିମବଙ୍ଗର ମେଦିନିପୁର ଓ ସଂଲଗ୍ନ ବାଲେଶ୍ବର ନିକଟରେ ଥିବା ବର୍ତ୍ତମାନର ଲଘୁଚାପ ବଳୟ ଓ ମୌସୁମି ଟ୍ରଫରେ ପୂର୍ବ ଭାଗରେ ମିଶିଯିବ। ଏହାପରେ ସୁନ୍ଦରଗଡ, ମଧ୍ୟପ୍ରଦେଶର ଦେଇ ରାଜସ୍ଥାନର ପଶ୍ଚିମ ଉତ୍ତର ପ୍ରଦେଶ ଆଡକୁ ମୁଁହାଇପାରେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories