www.samajalive.in
Sunday, December 14, 2025
15.1 C
Bhubaneswar

ପାକ ସମର୍ଥିତ ଖଲିସ୍ତାନି ଆତଙ୍କି ଗୋଷ୍ଠୀ ଆମେରିକାରେ ବଳ ଜୁଟାଉଛନ୍ତି-ରିପୋର୍ଟ

ୱାଶିଂଟନ: ବିଚ୍ଛିନ୍ନାତାବାଦୀ ଖଲିସ୍ତାନୀ ଗୋଷ୍ଠୀ ପାକିସ୍ତାନ ସମର୍ଥନରେ ଆମେରିକାରେ ବଳ ଜୁଟାଉଛନ୍ତି ବୋଲି ଆମେିରକାର ଏକ ଶୀର୍ଷ ଚିନ୍ତାଶୀଳ ଗୋଷ୍ଠୀ ସତର୍କ କରାଇ ଦେଇଛି। ଭାରତ ବିରୋଧୀ ଏହି ଅସ୍ଥିରତା ସୃଷ୍ଟିକାରୀ କାର୍ଯ୍ୟକଳାପ ବିଲୋପ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ୱେ ଆମେରିକା ସରକାର ଏପର୍ଯ୍ୟନ୍ତ ନୀରବଦ୍ରଷ୍ଟା ସାଜିଥିବା ଏହି ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ହଡସନ ଇନଷ୍ଟିଚ୍ୟୁଟ ପକ୍ଷରୁ ମଙ୍ଗଳବାର ‘ପାକିସ୍ତାନ୍ସ ଡିଷ୍ଟାବିଲାଇସେନ ପ୍ଲେବୁକ: ଖଲିସ୍ତାନୀ ଆକ୍ସିଭିଜମ ଇନ ଦି ୟୁଏସ’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଖଳିସ୍ତାନ ଓ କାଶ୍ମୀର ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡିକ ଆମେରିକା ମଧ୍ୟରେ କିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ଏବଂ ପାକିସ୍ତାନ କିଭଳି ସେମାନଙ୍କୁ ସମର୍ଥନ କରୁଛି, ତାହା ଏଥିରେ ଦର୍ଶାଯାଇଛି।

 

- Advertisement -

ଋିପୋର୍ଟରେ କୁହାଯାଇି ଯେ ଏହି ଗୋଷ୍ଠୀଗୁଡିକର ଭାରତରେ ଥିବା ଆତଙ୍କି ଓ ବିଚ୍ଛନ୍ନତାବାଦୀ ଗୋଷ୍ଠୀଗୁଡିକ ସହିତ ସମ୍ପର୍କ ରହିଛି ଏବଂ ଏହାଦ୍ୱାରା ଦକ୍ଷିଣ ଏସିଆରେ ଆମେରିକାର ବୈଦେଶିକ ନୀତି ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଥିରେ ଆଉ ମଧ୍ୟ କୁହାଯାଇଛି ଯେ ପାକିସ୍ତାନସ୍ଥିତ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀଗୁଡିକ ଭଳି ଖଲିସ୍ତାନି ଗୋଷ୍ଠୀଗୁଡିକ ନୂଆ ନାମରେ ମଧ୍ୟ ଉଭା ହୋଇପାରନ୍ତି। କିନ୍ତୁ ଦୁର୍ଭାଗ୍ୟକୁ ଖଲିସ୍ତାନି ଆତଙ୍କବାଦୀଙ୍କ ଦ୍ୱାରା କରାଯାଉଥିବା ହିଂସାତ୍ମକ ଘଟଣାକୁ ଦମନ କରିବାରେ ଆମେରିକା ସରକାର ତିଳେ ହେଲେ ଆଗ୍ରହ ପ୍ରଦର୍ଶନ କରୁନାହାନ୍ତି। ହଡସନ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ ସଂପ୍ରତି ଆମେରିକା ଏବଂ ଭାରତ ମିଳିତ ଭାବରେ ଚୀନର ବିସ୍ତାରବାଦୀ ନୀତିର ମୁକାବିଲା କରୁଥିବାବେଳେ ଆମେରିକା ଭିତରେ ଖଲିସ୍ତାନ ସମ୍ପର୍କିତ ଭାରତ ବିରୋଧୀ ଆତଙ୍କବାଦ ମୁଣ୍ଡ ଟେକିବାରେ ଲାଗିଛି। ରିପୋର୍ଟରେ ଭାରତର ଚିନ୍ତାକୁ ଆମେରିକା ଗୁରୁତ୍ୱର ସହିତ ନେବା ଏବଂ ଏହି ସମସ୍ୟାର ମୁକାବିଲା ନିମନ୍ତେ ଭାରତକୁ ସହାୟତା କରିବା ଦିଗରେ ଆବଶ୍ୟକ ଗୁଇନ୍ଦା ଓ ଆଇନ ପ୍ରବର୍ତ୍ତନକାରୀ ସମ୍ବଳ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories