ହୀରାକୁଦ : ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଏହାସହ ହୀରାକୁଦରୁ ଆଉ ୬ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୬ଟି ଗେଟ୍ ଖୋଲାଯାଇଥିବା ବେଳେ ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୬୦ ହଜାର ୬୦୯ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଉକ୍ତ ଗେଟ୍ ଦେଇ ୧ଲକ୍ଷ ୨୭ ହଜାର ୧୯୪ ଘନଫୁଟ ଜଳ ନିଷ୍କାସିତ ହେଉଛି। ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ନଦୀବନ୍ଧର ଜଳସ୍ତର ୬୨୭.୮୩ ଫୁଟରେ ପହଞ୍ଚିଛି ବୋଲି ସୂଚନା ମିଳିଛି।



