www.samajalive.in
Saturday, December 6, 2025
15.1 C
Bhubaneswar

ଫେରାର ଅଭିଯୁକ୍ତ ଗିରଫ

ବେଗୁନିଆ  : ବିଭିନ୍ନ ମାମଲାରେ ସମ୍ପୃକ୍ତ ଥାଇ ପୁଲିସ ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ଫେରାର ଥିବା ଜଣେ ଅଭିଯୁକ୍ତକୁ ବାଘମାରୀ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ରମେଶ ଜଗଦେଵ ବାଙ୍କିର ଏକ ଚୋରି ଏବଂ ଡକାୟତି ମାମଲା ସହିତ ଅନ୍ୟ ମାମଲାରେ ସମ୍ପୃକ୍ତି ଥାଇ ଫେରାର ରହିଥିଲା । ପୁଲିସ  ତାକୁ ବିଭିନ୍ନ ଜାଗାରେ ଚଢ଼ାଉ କରି ଖୋଜି ବୁଲୁଥିବାବେଳେ ଆଜି ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଖବର ପାଇ ତାକୁ ଗିରଫ କରିବା ପାଇଁ ଥାନାରେ କାର୍ଯ୍ୟରତ  ଏସ ଆଇ ବ୍ରହ୍ମ।ନନ୍ଦ ସ୍ବାଇଁଙ୍କୁ ପଠାଇଥିଲେ ।ଶ୍ରୀ ସ୍ୱାଇଁ ତାକୁ ତା ଘରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।
ସୂଚନା ଯୋଗ୍ୟ, ଗତ ୧୫ ଦିନ ତଳେ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥାଇ ଫେରାର ଥିବା ରମେଶର ଭାଇ ଗିରିଶ ଜଗଦେବକୁ ବାଘମାରୀ ପୁଲିସ  ଗିରଫ କରି କୋର୍ଟ ଚାଲାଣ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories