www.samajalive.in
Tuesday, December 9, 2025
26.1 C
Bhubaneswar

ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ ଆମେରିକୀୟ ସାଂସଦ

ୱାଶିଂଟନ: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପାକିସ୍ତାନ ଦୋମୁହାଁ ନୀତି ଅବଲମ୍ବନ କରୁଥିବାରୁ ଉକ୍ତ ରାଷ୍ଟ୍ର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକୀୟ ସାଂସଦ ଦାବି କରିଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆମେରିକାର ସାଂସଦମାନେ ଗତ ମାସରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ଦେଶ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ଜେ ବ୍ଲିଙ୍କେନଙ୍କୁ ପ୍ରଶ୍ନବାଣରେ ପୋତି ପକାଇଥିଲେ। ଏଥିସହିତ ସେଠାରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ତାଲିବାନ ସରକାର ସହିତ ଆମେରିକାର ଭବିଷ୍ୟତ ସମ୍ପର୍କକୁ ନେଇ ସେମାନେ ଏକାଧିକ ପ୍ରଶ୍ନ କରିଥିଲେ। ଦଳମତ ନିର୍ବିଶେଷରେ ଆମେରିକୀୟ ସାଂସଦମାନେ ଇସଲାମାବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିôଥଲେ।

ଆମେରିକା ସଂସଦର ଦୁଇ ବରିଷ୍ଠ ସଦସ୍ୟ ନ୍ୟୁଜର୍ସିର ଡେମୋକ୍ରାଟ ସଦସ୍ୟ ବବ୍‍ ମେନିଣ୍ଡେଜ ଏବଂ ଇଦାହୋର ରିପବ୍ଲିକାନ ସଦସ୍ୟ ଜେମ୍ସ ରିସ୍‍ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରକୁ ଏକ ସାଂଘାତିକ ବିଫଳତା ଭାବରେ ଦର୍ଶାଇବା ସହିତ ଆଫଗାନ ପ୍ରସଙ୍ଗକୁ ନେଇ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ପାକିସ୍ତାନକୁ ଏଥିପାଇଁ ଦାୟୀ କରିଥିଲେ। ସେମାନେ ପାକିସ୍ତାନ ବିରୁଦ୍ଧରେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିଲେ। ଆମେରିକା ସିନେଟ ବୈଦେଶିକ ସମ୍ପର୍କ କମିଟିର ଅଧ୍ୟକ୍ଷ ବବ୍‍ ମେନିଣ୍ଡେଜ କହିଥିଲେ, ପାକିସ୍ତାନ ତାଲିବାନକୁ ନିରାପଦ ଆଶ୍ରୟ ଦେଇଥିବା ଏବଂ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସମସ୍ତେ ଜାଣିରଖିବା ଉଚିତ। ପରକୁ ପର କ୍ଷମତାକୁ ଆସୁଥିବା ଆମେରିକା ପ୍ରଶାସନ କାହିଁକି ସେହି ସମାନ ଭୁଲ ବାରମ୍ବାର କରୁଛନ୍ତି ତାହା ମଧ୍ୟ ବୁଝିବାକୁ ହେବ। ଆଫଗାନ ସରକାର ଏବଂ ସେଠାକାର ସାମରିକ ବାହିନୀ କାହିଁକି ଏତେଶୀଘ୍ର ଭାଙ୍ଗିପଡିଲେ ତାହା ମଧ୍ୟ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରିପବ୍ଲିକାନ ସଦସ୍ୟ ଜେମ୍ସ ରିସ୍‍ କହିଥିଲେ ଯେ ତାଲିବାନ ସରକାର ସହିତ ସମ୍ପର୍କ ସ୍ୱାଭାବିକ କରିବାକୁ ବାଇଡେନ ପ୍ରଶାସନ ଯେଉଁଭଳି ଆଗ୍ରହ ପ୍ରଦର୍ଶନ କରୁଛନ୍ତି ତାହା ଚିନ୍ତାର ବିଷୟ ହୋଇଛି। ଏହି ସମୁଦାୟ ପ୍ରସଙ୍ଗରେ ପାକିସ୍ତାନର ଭୂମିକା ସମସ୍ତେ ବୁଝିବାର ଆକଶ୍ୟକତା ରହିଛି। ଫ୍ଲୋରିଡାର ରିପବ୍ଲିକାନ ସିନେଟର ମାର୍କୋ ରୁବିଓ, ରନ୍‍ ଜନସନ, ମାଇକ ରାଉଣ୍ଡସ ମଧ୍ୟ ଅନୁରୂପ ମତପୋଷଣ କରିଥିଲେ। ଏହାର ଜବାବରେ ବ୍ଲିଙ୍କେନ କହିଥବଲେ, ଚୀନ, ରୁଷ ଓ ପାକିସ୍ତାନର ତାଲିବାନ ପ୍ରତି ଆଭିମୁଖ୍ୟ ସମ୍ପର୍କରେ ଆମେରିକା ଅବଗତ ଅଛି ଏବଂ ଏଥିପ୍ରତି ସତର୍କ ଦୃଷ୍ଟି ରଖିଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories