ବୌଦ୍ଧ/କଣ୍ଟାମାଳ: ଗୋଟେ ପଟେ ଅବପାତର ରୂପ ନେଉଛି ଲଘୁଚାପ ଓ ଅନ୍ୟ ପଟେ ଘନ ଘନ ବିଦ୍ୟୁତ କାଟକୁ ନେଇ କଣ୍ଟାମାଳ ଅଞ୍ଚଳରେ ବଢୁଛି ଜନ ଅସନ୍ତୋଷ। କଣ୍ଟାମାଳ ସଦର ମହକୁମା ଓ ଏହା ଅଧୀନରେ ଥିବା ପଞ୍ଚାୟତର ଆଖପାଖ ଗ୍ରାମମାନଙ୍କରେ ବିଦ୍ୟୁତ ସଂଯୋଗ ଥିଲେ ମଧ୍ୟ ନ ଥିବା ଭଳି ପରିଲକ୍ଷିତ ହେଉଛି। ଅଞ୍ଚଳବାସୀ ବିଦ୍ୟୁତ ସମ୍ପର୍କିତ ଅଭିଯୋଗକୁ ଦୀର୍ଘ ବର୍ଷ ହେଲା ମନମୁଣ୍ଡା ବିଦ୍ୟୁତ କାର୍ୟ୍ୟାଳୟରେ ଦାଖଲ କରି ଆସୁଛନ୍ତି ହେଲେ ବିଭାଗୀୟ କର୍ମଚାରୀ ଅଞ୍ଚଳବାସୀଙ୍କ ଅଭିଯୋଗ ଖଣ୍ଡନ କରି ଚାଲିଛନ୍ତି। କିନ୍ତୁ ଏ ଅଂଚଳରେ ରାଇସ ମିଲ ଗୁଡିକର ବିଦ୍ୟୁତ ନିରବଛିନ୍ନ ରହୁଥିବା ବେଳେ ଗ୍ରାମ ଗୁଡିକ ଅନ୍ଧାରରେ ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଆମେ ବିଦ୍ୟୁତ କାର୍ୟ୍ୟନିର୍ବାହୀ ଅଧିକାରୀ ବୌଦ୍ଧଙ୍କ ସହ ଯୋଗାଯୋଗ କରିବାରୁ ସେ ଅତି ଶୀଘ୍ର କଣ୍ଟାମାଳ ଠାରେ ଗୋଟିଏ ‘ବିଦ୍ୟୁତ ଗ୍ରାହକ ସେବା କେନ୍ଦ୍ର ‘ଖୋଲି ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ଅତିଶୀଘ୍ର କଣ୍ଟାମାଳ ବିଦ୍ୟୁତ କାର୍ୟ୍ୟାଳୟରେ ଜଣେ ଯନ୍ତ୍ରୀଙ୍କୁ ନିଯୁକ୍ତି ଦେବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।
Popular Categories



