www.samajalive.in
Monday, December 15, 2025
16.1 C
Bhubaneswar

ବନ୍ଦ ଓଟିଏମ୍ ଶ୍ରମିକ ସମସ୍ୟା, ଆଉ ୩ଶ୍ରମିକଙ୍କ ମୃତ୍ୟୁ , ସଂଖ୍ୟା ୬୯୨ହେଲା

ଚୌଦ୍ୱାର : ବନ୍ଦ ଓଟିଏମ୍ର ଶ୍ରମିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜକୁ ୨୦ ବର୍ଷ ହେଲା ବନ୍ଦ ପଡ଼ିଥିବା ଓଟିଏମରେ କାର୍ଯ୍ୟକରୁଥିବା ଶ୍ରମିକ ଓ କର୍ମଚାରୀ ମାନେ ଅଭାବ ଅନାଟନ ଭିତରେ ଓଟିଏମ ଭଙ୍ଗାରୁଜା କ୍ୱାର୍ଟର ଭିତରେ କାଳାତିପାତ କରୁଥିବାବେଳେ ବକେୟା ପ୍ରାପ୍ୟକୁ ଚାହିଁ ଚାହିଁ ଗୋଟିଏ ପରେ ଗୋଟିଏ ଆରପାରିକୁ ଯିବାରେ ଲାଗିଛନ୍ତି । ମିଲ ବନ୍ଦ ହେବା ବେଳେକୁ ଏଥିରେ କାର୍ଯ୍ୟରତ ୨୨୦୦ରୁ ଉର୍ଦ୍ଧ ଶ୍ରମିକ ଓ ୨୦୦ରୁ ଉର୍ଦ୍ଧ କର୍ମଚାରୀଙ୍କ ମଧ୍ୟରୁ ଏଯାବତ୍ ୬୯୨ ଜଣ ମୃତ୍ୟୁ ବରଣ କରିସାରିଲେଣି । ହେଲେ ସେମାନଙ୍କ ବକେୟା ପ୍ରାପ୍ୟ ମିଳୁଛି ନା ସେମାନଙ୍କ ଦୁର୍ଦ୍ଦଶା କାହାରି ଅଖିରେ ପଡ଼ୁଛି । ସତେ ଯେମିତି ସେମାନଙ୍କ ପାଇଁ ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇ ଯାଇଛି । ଅନାଟନରେ ସଢ଼ିସଢ଼ି ଗତ ୩ଦିନରେ ଆଉ ୩ଜଣ ଶ୍ରମିକ ଆଖି ବୁଜିଛନ୍ତି । ସେମାନେ ହେଲେ ଭାଗୀରଥୀ ପାତ୍ର(୬୮), ହରିଅନ୍ତା ପଞ୍ଚାୟତ ଡଗରା ସାହିର କୈଳାସ ଚନ୍ଦ୍ର ସାହୁ(୬୮) ଓ ନିମାପଡ଼ାର ଜଗବନ୍ଧୁ ରାଉତ(୬୫) । ଏହି ଦିବଙ୍ଗତ ଆତ୍ମା ମାନଙ୍କ ସଦଗତି ପାଇଁ ଓଟିଏମ୍ ବଞ୍ଚାଅ ସଂଗଠନ ତରଫରୁ ଓଟିଏମ୍ ଗେଟ ସମ୍ମୁଖରେ ଶନିବାର ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସଂଗଠନର କର୍ମକର୍ତ୍ତା ବିଭୁ ପ୍ରସାଦ ରଥ, ଦୁଲ୍ଲାଳସେନ ସ୍ୱାଇଁ, ନବ କିଶୋର ଭୁୟାଁ, ସରୋଜ ନାୟକ, ବିଜୟ କୁମାର ସାହୁ, ହୃଷିକେଶ ମହାନ୍ତି, ମନୀନ୍ଦ୍ର ପାତ୍ର, ଜୟରାମ ଷଢ଼ଙ୍ଗୀ, ବିଷ୍ଣୁ ଚରଣ ମହାରଣା, ରବୀନ୍ଦ୍ର ସାହୁ, ରବୀନ୍ଦ୍ର ସ୍ୱାଇଁ, ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ସରକାର ଓ ପ୍ରଶାସନ ଶ୍ରମିକ ମାନଙ୍କ ଅସହାୟତାକୁ ସହୃଦୟତାର ସହିତ ବିଚାର କରି ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ସହିତ ସେମାନଙ୍କୁ ବଞ୍ଚିବାର ରାହା ଦେଖାନ୍ତୁ ବୋଲି ଯୋଡ଼ ହସ୍ତରେ ନିବେଦନ କରିଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories