www.samajalive.in
Friday, December 12, 2025
14.1 C
Bhubaneswar

ଖାଲି ପଡିଛି ରୂଚିକା ହାଟ,ଆସୁ ନାହାନ୍ତି ଚାଷୀ

ବାଙ୍କୀ : ବାଙ୍କୀ ଗୋଟିଏ କୃଷି ପ୍ରଧାନ ଅଂଚଳ । ମହାନଦୀର ଉଭୟ ପାଶ୍ୱର୍ରେ ଏହାର ଭୌଗଳିକ ସ୍ଥିତି । ଦିନ ଥିଲା ୧୨ ମାସରେ ୧୩ ପର୍ବ ପରି ଚାଷୀର କ୍ଷେତରେ ବର୍ଷର ବିଭିନ୍ନ ସମୟରେ ଭରପୁର ପନିପରିବା । ପୁରୁଖା ଚାଷୀ ଓ ଖାଉଟି ମାନେ ଝୁରି ହେଉଛନ୍ତି ମହାନଦୀ ଓ ଶାଖା ରଣନଦୀର ପନ୍ତାଳ ଓ ମହାନଦୀ ପଠାର କଖାରୁ, ବାଇଗଣ ଓ କନ୍ଦମୂଳର ଚାହିଦା ଓ ସୁଆଦ। ଏବେ ପୂର୍ବପରି ବାଙ୍କୀର ଗମନାଗମନ ଅସୁବିଧା ନାହିଁ । ପୂର୍ବପରି ଚାଷୀର ଉତ୍ପାଦିତ ଦ୍ରବ୍ୟ ବିକ୍ରିବଟା କରିବା ପାଇଁ ବାହାର ସହରକୁ ରପ୍ତାନି ହେବାର ସୁଯୋଗର ସଂକଟ ନାହିଁ । ଏଥି ପାଇଁ ବାଙ୍କୀ ଅଂଚଳର କୃଷି ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ୧୯୬୦ ମସିହାରେ ବାଙ୍କୀରେ କାର୍ଯ୍ୟକାରୀ ହୋଇଥିଲା ନିୟନ୍ତ୍ରିତ ବଜାର କମିଟି । ପରିବର୍ଦ୍ଧିତ ହାଟ ପାଇଁ ନିୟନ୍ତ୍ରିତ ବଜାର କମିଟି ପରିଚାଳନାରେ ରୂଚିକା ହାଟରେ ତିଆରି ହୋଇଥିଲା ୫୦ରୁ ଉର୍ଦ୍ଧ ଦୋକାନ ଘର । ଯାହାକି ବାଙ୍କୀ ବଜାରକୁ ସ୍ଥାନାନ୍ତରିତ କରାଯାଇ ନୂତନ ବଜାର ତିଆରି ପାଇଁ ପରିକଳ୍ପନା କରାଯାଇଥିଲା । ସେହିପରି ପୁରୁଣା ହାଟରୁ ପରିବର୍ଦ୍ଧିତ ହାଟକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଚାଷୀ ଓ ବ୍ୟବସାୟୀଙ୍କର ସୁବିଧା ଦୃଷ୍ଟିରୁ ବଡ ବଡ ସିମେଣ୍ଟ ପିଣ୍ଡି ୧୩ ଗୋଟି ନିର୍ମାଣ କରାଯାଇଥିଲା । ପ୍ରଶାସନର ନିର୍ଦ୍ଦେଶମତେ ଏହି ହାଟକୁ ଚଳଚଞ୍ଚଳ କରିବା ପାଇଁ କରୋନା କଟକଣା ସମୟରେ ପୁରୁଣା ହାଟକୁ ସ୍ଥାନାନ୍ତରିତ କରାଯାଇ ଏଠାରେ କୃଷି ଓ କୃଷିଜାତ ଦ୍ରବ୍ୟର ବିକ୍ରିବଟାକୁ ଗୁରୁତ୍ୱ ଦିଆଯାଇ ବାଙ୍କୀ ବଜାର ମୁଖ୍ୟରାସ୍ତା ଉପରୁ ହାଟକୁ ସ୍ଥାନାନ୍ତରଣ କରାଯାଇଛି। ହେଲେ ବିଡମ୍ବନାର ବିଷୟ ବାଙ୍କୀ ଉପଖଣ୍ଡର ୩୭ ଗ୍ରାମ ପଞ୍ଚାୟତ ଏବଂ ବାଙ୍କୀ ଏନ.ଏ.ସି ର ୧୭ଟି ଓାର୍ଡର କୃଷକ ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ରୂଚିକା ହାଟ ଏବେ ଖାଲି ପଡିଛି।

- Advertisement -

ସପ୍ତାହର ୨ ଦିନ ମଙ୍ଗଳ ଓ ଶନିବାର ପୂର୍ବପରି ଆସୁନାହାନ୍ତି ଚାଷୀ। କରୋନା କଟକଣା ସମୟରେ ଚାଷୀ ପରିବାରର ବାହାର ରାଜ୍ୟରେ ରହି କାମଧନ୍ଦା କରୁଥିବା ଯୁବକ ମାନେ ସହରକୁ ନଯାଇ ଏଠି ଚାଷ କରି ରୋଜଗାର ବଢାଇବାର କରିଥିବା ସ୍ୱପ୍ନ ବ୍ୟର୍ଥ ଯାଇଛି। ବାଙ୍କୀ ଅଂଚଳର ବିଭିନ୍ନ ଗ୍ରାମରେ ଶତାଧିକ ଯୁବ ପିଢୀର ସହଯୋଗରେ କୃଷି କ୍ଷେତ ବଢିଛି ସତ ହେଲେ ଉତ୍ପାଦିତ ପରିବା ଭେଣ୍ଡି,ବାଇଗଣ,ଜହ୍ନି,କାକୁଡି,ଝୁଡଙ୍ଗ,କଲରା,ଅମୃତଭଣ୍ଡା,ଟମାଟୋ,ପୋଟଳ,ଛଚିନ୍ଦ୍ରା ଆଦି ପରିବା ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିଲା ବେଳେ ବାହାରକୁ ରପ୍ତାନି ହେବାର ସୁଯୋଗ ନଥିବାରୁ ବାଧ୍ୟ ହୋଇ ଚାଷୀ ମାନେ ଶସ୍ତାରେ ପରିବା ବିକି କ୍ଷତି ସହୁଛନ୍ତି । ଯଦ୍ୱାରା ଦୂର ଦୂରାନ୍ତରୁ ହାଟକୁ ଆସୁ ପରିବା ବିକିବା ପାଇଁ ଚାଷୀଙ୍କର ଦେଖା ନାହିଁ। ଏପରିକି କ୍ଷେତରେ ପରିବା ନଷ୍ଟ ହେଉଛି। ବେୟବହୁଳ ଖର୍ଚ୍ଚ କରି ଉତ୍ପାଦିତ ପରିବାକୁ ଶସ୍ତାରେ ବିକିବାକୁ ଚାଷୀ ମୁହଁ ମୋଡୁଛନ୍ତି। ଏବେ ବଜାରରେ ଭେଣ୍ଡି,ବାଇଗଣ,ଜହ୍ନି,କଲରା,ଝୁଡଙ୍ଗ,କଖାରୁ ଆଦି ପରିବା କିଲୋ ପ୍ରତି ୧୦ ଟଙ୍କା ଥିଲା ବେଳେ ପୋଟଳ କିଲୋ ପ୍ରତି ୧୨ ରୁ ୨୦ ଟଙ୍କାରେ ଚାଷୀ ବିକି ସୁଖ ବଦଳରେ ଦୁଃଖ ସାଉଁଟିବା ସାରା ହୋଇଛି । ଅଂଚଳର ବହୁ ସମବାୟବିତ୍, ପୁରୁଖା ଚାଷୀ,ବୁଦ୍ଧିଜୀବି ଓ ଦାଦନ ଫେରନ୍ତା ଯୁବ ପିଢୀ ପଚାରିବାରେ କହିଛନ୍ତି ଯେ ବାଙ୍କୀ ଅଂଚଳରେ ଶୀତଳ ଭଣ୍ଡାର ଟିଏ ନଥିବା ହେତୁ ଦୀର୍ଘ ବର୍ଷ ଧରି ଚାଷୀର ବଳକା ପନିପରିବା କିମ୍ବା ଆଗାମୀ ବର୍ଷ ପାଇଁ ବିହନ ଆଦି ସଂଗ୍ରହିତ କରି ରଖିବାର ବ୍ୟବସ୍ଥା ନଥିବାରୁ ଚାଷୀ ବର୍ଷ ପରେ ବର୍ଷ କ୍ଷତି ସହୁଛି। ବଳକା ପନିପରିବା ସଂରକ୍ଷିତ କରି ରଖିବାର ବ୍ୟବସ୍ଥା ନାହିଁ ଫଳରେ ଚାଷୀ ମାନେ ବର୍ଷର ବହୁ ସମୟରେ ଅଭାବି ବିକ୍ରିର ସମ୍ମୁଖୀନ ହୋଇ କଷ୍ଟ ସହୁଛନ୍ତି। ଏଥି ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଲେ ଚାଷୀ ମାନଙ୍କର ଉନ୍ନତି ହେବ ନଚେତ ନିଜର ପ୍ରାପ୍ୟ ପାଇଁ ଆଗକୁ କୃଷକ ଆନ୍ଦୋଳନର ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି କହିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories