www.samajalive.in
Tuesday, December 9, 2025
26.1 C
Bhubaneswar

୯/୧୧ ଅନୁରୂପ ଆକ୍ରମଣ ଆଶଙ୍କାକୁ ଅସ୍ୱୀକାର କରିହେବ ନାହିଁ- ବ୍ରିଟେନ ଗୁଇନ୍ଦା ମୁଖ୍ୟ

ୱାଶିଂଟନ: ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କବାଦି ଆକ୍ରମଣ ପଛର ମୁଖ୍ୟ ଷଡଯନ୍ତ୍ରକାରୀ ଖାଲିଦ ଶେଖ୍‍ ମହମ୍ମଦର ବିଚାର ଏପର୍ଯ୍ୟନ୍ତ ହୋଇନାହିଁ କିମ୍ବା ତା ପ୍ରତି ଦଣ୍ଡବିଧାନ କରାଯାଇନାହିଁ। ଆମେରିକାର ଟ୍ୱିନ ଟାୱାର ଉପରେ ହୋଇଥିବା ବିମାନ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ୯/୧୧ କମିଶନ ପାକିସ୍ତାନ ଆତଙ୍କବାଦୀ ଖାଲିଦ ଶେଖ ମହମ୍ମଦକୁ ଏହି ଆକ୍ରମଣ ପଛର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଥିଲେ। ଆକ୍ରମଣ ଘଟଣାକୁ ୨୦ ବର୍ଷ ପୂରଣ ହୋଇଥିବାବେଳେ ନିଜର ଷଡଯନ୍ତ୍ରକୁ ବାସ୍ତବ ରୂପ ଦେଇଥିବା ଖାଲିଦ ଶେଖ ଓ ତାହାର ସହଯୋଗୀ ଷଡଯନ୍ତ୍ରକାରୀମାନେ କ୍ୟୁବାର ଗ୍ୱାଣ୍ଟାନାମୋଠାରେ ଆମେରିକାର କଡା ସୁରକ୍ଷା ଘେରରେ ଥିବା ଜେଲରେ ବନ୍ଦୀ ଅଛନ୍ତି। ଆମେରିକାରେ ଘଟିଥିବା ଉକ୍ତ ଆକ୍ରମଣର ତଦନ୍ତ କରିଥିବା ଆମେରିକାର ସଂଘୀୟ ତଦନ୍ତକାରୀ ସଂସ୍ଥା (ଏଫବିଆଇ)ର ପୂର୍ବତନ ଅଧିକାରୀ ଅଲି ସୋଫାନ ଖାଲିଦ ଶେଖ ମହମ୍ମଦ ଜଣେ ଭୟାନକ ହତ୍ୟାକାରୀ ବୋଲି କହିଥିଲେ। ୫୬ ବର୍ଷ ବୟସ୍କ ଉକ୍ତ କୁଖ୍ୟାତ ଆତଙ୍କି ଓସାମା ବିନ୍‍ ଲାଡେନ ଭଳି ସମ ପରିମାଣର ରକ୍ତ ପିପାସୁ ବୋଲି ୯/୧୧ କମିଶନ ରିପୋର୍ଟ ଓ ଆମେରିକା ସିନେଟ ରିପୋର୍ଟରେ ଦର୍ଶାଯାଇଛି। ଇତିମଧ୍ୟରେ ବ୍ରିଟେନର ଗୁଇନ୍ଦା ମୁଖ୍ୟ କହିଛନ୍ତି, ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ବିଶ୍ୱରେ ୯/୧୧ ଭଳି ଘଟଣା ଅସ୍ୱୀକାର କରିହେବ ନାହିଁ। ସେ କହିଛନ୍ତି ଯେ ଆଫଗାନିସ୍ତାନ ସଂପ୍ରତି ଆତଙ୍କିଙ୍କ ମନୋବଳକୁ ସୁଦୃଢ କରିଛି ଏବଂ ସେଥିପ୍ରତି କଡା ନଜର ରଖିବାର ଆବଶ୍ୟକତା ରହିଛି।

ପାକିସ୍ତାନି ନାଗରିକ ଖାଲିଦ ଶେଖ କୁଏତରେ ରହିବା ସହିତ ସେଠାରେ ଇଂରାଜୀ ଶିକ୍ଷାଲାଭ କରିଥିଲେ ଏବଂ ଆମେରିକା ୟୁନିଭରସିଟିରେ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢିବାକୁ ଯାଇଥିଲେ। ଜଣେ କଠୋରପନ୍ଥୀ ମୁସଲମାନ ଭାବରେ ପରିଚିତ ଖାଲିଦ ଶେଖ ୧୯୯୦ ଦଶକ ଆଦ୍ୟଭାଗରେ କାତାର ସରକାର ଚାକିରୀରେ ଯୋଗଦେଇଥିଲେ। ୧୯୯୩ରେ ତାଙ୍କ ପୁତୁରା ରମିଜ ୟୁସୁଫ ନ୍ୟୁୟର୍କସ୍ଥିତ ୱାର୍ଲଡ ଟ୍ରେଡ ସେଣ୍ଟରରେ ବୋମାମାଡ କରିବା ଘଟଣା ଖାଲିଦ ଶେଖକୁ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପ୍ରେରଣା ଦେଇଥିଲା। ପରେ ଉଭୟ ଫିଲିପାଇନ୍ସରୁ ବିମାନ ଉଡାଇ ଆମେରିକାର ଟ୍ୱିନ ଟାୱାର ଧ୍ୱଂସ କରିବା ଷଡଯନ୍ତ୍ର ପ୍ରସ୍ତୁତ କରିଥିଲେ। ୟୁସୁଫକୁ ପ୍ରଥମ ଥର ଗିରଫ କରିବା ଉଦ୍ୟମ ବିଫଳହେବା ପରେ ତାକୁ ପାକିସ୍ତାନରେ ଗିରଫ କରାଯାଇଥିଲା। ତେମେ ମହମ୍ମଦ କାତାରରେ ଲୁଚି ରହିବା ପରେ ଆମେରିକା ସୁରକ୍ଷା ବାହିନୀ ହାତରେ ଗିରଫକୁ ଏଡାଇବା ପାଇଁ ୧୯୯୬ରେ ପାକିସ୍ତାନ ପଳାଇ ଆସିଥିଲା।

- Advertisement -

ଜଣାଯାଇଛି ଯେ ୯/୧୧ ଆକ୍ରମଣ ପାଇଁ ଖାଲିଦ ଶେଖ ପ୍ରଥମେ ଓସାମା ବିନ ଲାଡେନକୁ ପ୍ରସ୍ତାବ ଦେଇଥିଲା। ଉକ୍ତ ଆକ୍ରମଣ ପରେ ଖାଲି ଆତ୍ମଗୋପନ କରିଥିଲା। ତେବେ ୨୦୦୩ରେ ପାକିସ୍ତାନର ରାୱଲପିଣ୍ଡିରୁ ତାକୁ ଗିରଫ କରାଯାଇ ପୋଲାଣ୍ଡକୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ନେଇଯାଇଥିଲା। ତାକୁ କଠୋର ନିର୍ଯାତନା ଦିଆଯାଇଥିଲେ ମଧ୍ୟ ଖାଲିଦ ସବୁକିଛି ସହ୍ୟ କରିବା ସହିତ ନାନା ମିଛ ଓ ମନଗଢା କଥା କହିଥିଳା। ୨୦୦୬ରେ ତାକୁ ଗ୍ୱାଣ୍ଟେନାମୋ ଜେଲକୁ ସ୍ଥାନାନ୍ତର କରାଯିବା ପରେ ସେ ଏକ ସାମରିକ ଅଦାଲତରେ ଗର୍ବର ସହିତ ନିଜ ଦୋଷ ସ୍ୱୀକାର କରିବା ସହିତ ନିଜକୁ ଜର୍ଜ ୱାଶିଂଟନ ସହିତ ତୁଳନା କରିଥିଲା। ୯/୧୧ ଆକ୍ରମଣ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଦାୟୀ ବୋଲି ଅଦାଲତରେ ଖାଲିଦ ଶେଖ କହିଥିଲା। ଉକ୍ତ ଆତଙ୍କି ଆକ୍ରମଣକୁ କାର୍ଯ୍ୟକାରୀ କରିଥିବା ଅଲ କାଏଦା ଗୋଷ୍ଠୀର ମୁଖ୍ୟ ଓସାମା ବିନ ଲାଡେନକୁ ଆମେରିକା ଖୋଜି ଖୋଜି ହତ୍ୟା କରିଥିଲା। ଆକ୍ରମଣ ଘଟଣାକୁ ୨୦ ବର୍ଷ ପୂରଣ ହୋଇଥିବାବେଳେ ଆମେରିକା ଆଫଗାନିସ୍ତାନରୁ ତାହାର ସୈନ୍ୟ ସମ୍ପୂର୍ଣ୍ଣ ଭାବରେ ଅପସାରଣ କରିସାରିଛି। ତେବେ ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ପୁଣି ଶାସନ ଗାଦି ଦଖଲ କରିବା ଏବଂ ତାହା ସହିତ ଏକାଧିକ କୁଖ୍ୟାତ ଆତଙ୍କି ଗୋଷ୍ଠୀ ସାମିଲ ହେବା ଘଟଣା ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories