www.samajalive.in
Sunday, December 14, 2025
19.1 C
Bhubaneswar

ଦୁଃଖ ଦରିଆରେ ଦିବ୍ୟାଙ୍ଗ ସୁଖରାମ : ମୂଲ ଲାଗୁଛନ୍ତି ଆନ୍ତର୍ଜାତିକ ଦୃଷ୍ଟିହୀନ କ୍ରିକେଟ ତାରକା

କୋରାପୁଟ : ଖେଳ ଓ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ମିଳୁଛି ସରକାରୀ ଓ ବେସରକାରୀ ପ୍ରୋତ୍ସାହନ। ଏଥିରେ ଆମ ରାଜ୍ୟ ସରକାର ସବୁଠୁ ଆଗୁଆ। କୋରାପୁଟ ଜିଲାରେ ଥିବା ଦୁଇ ବୃହତ୍‌ ଶିଳ୍ପ ହାଲ ଓ ନାଲକୋ ମଧ୍ୟ ସବୁବେଳେ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାର ନଜିର ରହିଛି। କିନ୍ତୁ ଆନ୍ତର୍ଜାତିକ ସ୍ତରରେ କୋରାପୁଟ ଜିଲା, ରାଜ୍ୟ ଓ ଦେଶର ଟେକ ରଖିଥିବା ଦୃଷ୍ଟିହୀନ କ୍ରିକେଟ ଖେଳାଳି ସୁଖରାମ ଆଜି ପେଟପାଟଣା ପାଇଁ ମୂଲ ଲାଗୁଛନ୍ତି। ତାଙ୍କ ପରିବାର ପ୍ରତି ସରକାରୀ ଓ ବେସରକାରୀ ସ୍ତରରେ ଚରମ ଅବହେଳା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଦିବ୍ୟାଙ୍ଗ ସୁଖରାମ ଓ ତାଙ୍କ ଦିବ୍ୟାଙ୍ଗ ମା’ ପ୍ରତିମା ମାଝି ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଦିବ୍ୟାଙ୍ଗ ମା’ ପଦ୍ମା ବୁରୁଡ଼ି ତାଙ୍କ ସହ ରୁହନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲା କୋରାପୁଟ ବ୍ଲକ ଅନ୍ତର୍ଗତ ଉମୁରୀ ପଞ୍ଚାୟତର ସୁକ୍ରିଗୁଡ଼ାରେ ବସବାସ କରୁଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟର ସୁଖରାମ ମାଝି ଓ ତାଙ୍କ ମା’।

ଏକଦା ଦୃଷ୍ଟିହୀନ ପୁଅର କୀର୍ତ୍ତି ଓ ସଫଳତା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟ ସରକାର, ଗଣମାଧ୍ୟମ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଥିଲା। ଏବେ କେବଳ ଅନୁକମ୍ପାରେ ମିଳିଥିବା ଏକ ଆବାସ ଗୃହ ଓ ପଡ଼ିକାର୍ଡରେ ଚାଉଳ। ପ୍ରୋତ୍ସାହନ ଓ ସହାୟତା ଏତିକିରେ ସୀମିତ ଥିବା ସେମାନେ କହନ୍ତି। ଫଳତଃ ମା’, ପୁଅ ସହାୟତାକୁ ଅପେକ୍ଷା ନ କରି ଗାଁରେ ଛୋଟ ଛୋଟ କାମ କରୁଛନ୍ତି। ଇତିମଧ୍ୟରେ ଇଂରାଜୀରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସୁଖରାମ ଓ ବିଇଡି ମଧ୍ୟ କରୁଛନ୍ତି। ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗୁଁ ମିଳେ ଭତ୍ତା। ପୈତୃକ ସମ୍ପତ୍ତି ଓ ଜମିବାଡ଼ି କିଛି ନାହିଁ । ପାରିବାରିକ ସ୍ଥିତି ସମ୍ପର୍କରେ ବାରମ୍ବାର ବ୍ଲକ ଜିଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରିଛନ୍ତି। ସୁନାବେଡ଼ା ହାଲ, ଦାମନଯୋଡି ନାଲକୋ, ଏଚପିସିଏଲ, ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ସହାୟତା ପାଇଁ ଅନୁରୋଧ କରିଛନ୍ତି। ସବୁଆଡ଼ୁ ନିରାଶ ହେବାକୁ ପଡ଼ିଛି। ଦୁଇ ବୁଢ଼ୀ ଦିବ୍ୟାଙ୍ଗ ମା’ଙ୍କ ସେ ଏକମାତ୍ର ସାହାରା। ତେଣୁ ବାଧ୍ୟ ହୋଇ ଏଭଳି କାମ କରି ପରିବାର ଚଳେଇବାକୁ ପଡ଼ୁଛି କହିଛନ୍ତି ୨୦୧୭ ବିଶ୍ବ ବିଜୟୀ ଭାରତୀୟ ଦଳର ଦୃଷ୍ଟିହୀନ କ୍ରିକେଟ୍ ଦଳର ସଫଳ ଖେଳାଳି ସୁଖରାମ। ଆଗକୁ ୨୦୨୨ରେ ହେବାକୁ ଥିବା ଦୃଷ୍ଟିହୀନ ବିଶ୍ବକପ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ସୁଖରାମ। ସେଥିପାଇଁ ଆବଶ୍ୟକ ଏକ କିଟ୍, ଯାହାର ଦାମ ୨୦ହଜାର ଟଙ୍କା, ତାହା ବି ସମ୍ଭବ ହେଉନାହିଁ। ଏ ସମ୍ପର୍କରେ ଜିଲା କ୍ରୀଡ଼ା ଅଧିକାରୀ ଆଶୁତୋଷ ମିଶ୍ରଙ୍କୁ ପଚାରିବାରେ ସୁଖରାମଙ୍କ ପାଇଁ ସବୁ ସାଧନ ଉପଲବ୍ଧ, ସେ ଯୋଗାଯୋଗ କରିବାକୁ ସୁଖରାମଙ୍କୁ ଅନୁରୋଧ କରିଛନ୍ତି। ଜିଲା କ୍ରୀଡା ବିଭାଗ ପକ୍ଷରୁ ସବୁ ସାହଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories