www.samajalive.in
Wednesday, December 10, 2025
14.1 C
Bhubaneswar

ପ୍ରତିରକ୍ଷା ପ୍ରଯୁକ୍ତିରେ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ଏକାଧିକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେହି କ୍ରମରେ ସଂପ୍ରତି ପ୍ରତିରକ୍ଷା ପ୍ରଯୁକ୍ତିରେ ଛାତ୍ରଛାତ୍ରୀ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନିଯୁକ୍ତ ବ୍ୟକ୍ତିବିଶେଷ ଯେଭଳି ଉଚ୍ଚଶିକ୍ଷା ହାସଲ କରିବେ ତାହା ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଓ ଉନ୍ନୟନ ବିଭାଗ ତଥା ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ମିଳିତ ଭାବରେ ପ୍ରତିରକ୍ଷା ପ୍ରଯୁକ୍ତିରେ ସ୍ନାତକୋତ୍ତର ଶିକ୍ଷା ପାଠ୍ୟକ୍ରମ ବିକଶିତ କରିଛନ୍ତି। ଏକାଧିକ କ୍ୟାମ୍ପସ, ଏକାଧିକ ପାଠ୍ୟକ୍ରମରେ ଶିକ୍ଷାଦାନ କରୁଥିବା ଏକ ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ଅମ୍ରିତା ବିଶ୍ୱ ବିଦ୍ୟାପୀଠମରେ ଏହି ସ୍ନାତକୋତ୍ତର ପାଠ୍ୟକ୍ରମକୁ ପ୍ରଚଳନ କରାଯାଇଛି। ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ। ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ଛାତ୍ରମାନଙ୍କ ଠାରୁ ଏହି ପାଠ୍ୟକ୍ରମରେ ନାମଲେଖା ଗ୍ରହଣ କରାଯାଉଛି। ଏଥିପାଇଁ କେମିକାଲ ଇଞ୍ଜିନିୟରିଂ ଠାରୁ କଂପ୍ୟୁଟର ବିଜ୍ଞାନ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ଇଞ୍ଜିନିୟରିଂ ଡିଗ୍ରୀଧାରୀମାନେ ଏହି ପାଠ୍ୟକ୍ରମର ସୁଯୋଗ ନେଇପାରିବେ।
ଏ ସମ୍ପର୍କରେ ସୂଚନା ଦେଇ ଡିଆରଡିଓ ଚେୟାରମ୍ୟାନ ଡା. ଜି ସି ରେଡ୍ଡୀ କହିଛନ୍ତି ଯେ, ଭାରତର ବୈଷୟିକି ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବା, ଗବେଷଣା ଓ ବିକାଶ କ୍ଷେତ୍ରକୁ ସୁଦୃଢ଼ୀକରଣ କରିବାର ବହୁତ ଆବଶ୍ୟକତା ରହିଛି। ଅମ୍ରିତା ଡିଆରଡିଓ ସହିତ ଅନେକ ଆଧୁନିକ ବୈଷୟିକି ଉପରେ କାର୍ଯ୍ୟ କରୁଛି। ଉକ୍ତ ଶିକ୍ଷା ପ୍ରତିଷ୍ଠାନ ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ ଦକ୍ଷ ଗବେଷଣା ଓ ବିକାଶ ପ୍ରତିଭାଧାରୀମାନେ ସୃଷ୍ଟି ହୋଇପାରିବେ ଓ ଦେଶରେ ପ୍ରତିରକ୍ଷା ଉଦ୍ୟୋଗ ପାଇଁ ଏକ ବିନିର୍ମାଣ ପରିବ୍ୟବସ୍ଥା ପ୍ରସ୍ତୁତ ହୋଇପାରିବ। ଅମ୍ରିତା ୟୁନିଭରସିଟିର କୁଳପତି ଡା. ପି. ଭେଙ୍କଟ ରଙ୍ଗନ କହିଥିଲେ, ଡିଆରଡିଓ ଓ ଏଆଇସିଟିଇ ସହଯୋଗରେ ଯୁବ ପ୍ରତିଭାଧାରୀମାନଙ୍କୁ ପ୍ରତିରକ୍ଷା ବୈଷୟିକି କ୍ଷେତ୍ରରେ ତାଲିକ ପ୍ରଦାନ କରିବାକୁ ସେମାନେ ପ୍ରତିବଦ୍ଧ ଅଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories