www.samajalive.in
Sunday, December 14, 2025
16.1 C
Bhubaneswar

୬ଷ୍ଠ ଏମ୍‌ବି ସ୍ମାରକୀ କ୍ରୀଡ଼ା ସମ୍ମାନ ଉତ୍ସବ ୧୧ରେ ; ବୈଦ୍ୟନାଥ ମହାପାତ୍ର ପାଇବେ କ୍ରୀଡ଼ାଗୁରୁ ସମ୍ମାନ

ଭୁବନେଶ୍ୱର : ମକୁନ୍ଦ ବରାଳ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ୬ଷ୍ଠ ଏମ୍‌ବି ସ୍ମାରକୀ କ୍ରୀଡ଼ା ସମ୍ମାନ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ବିଗତ ଦିନର ବରିଷ୍ଠ ମଲ୍ଲଯୋଦ୍ଧା ବୈଦ୍ୟନାଥ ମହାପାତ୍ରଙ୍କୁ ଏମ୍‌ବି ସ୍ମାରକୀ କ୍ରୀଡ଼ାଗୁରୁ ସମ୍ମାନରେ ସମ୍ମାନିତ କରାଯିବ। ଏହାବ୍ୟତୀତ ବିଭିନ୍ନ କ୍ରୀଡାରେ ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରାଯିବ। ଚଳିତ ମାସ ୧୧ରେ ଏକ ନିରାଡମ୍ବର ଉତ୍ସବରେ କୋଭିଡ କଟକଣା ମଧ୍ୟରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଟ୍ରଷ୍ଟି କୈବଲ୍ୟ ବରାଳ ସୂଚନା ଦେଇଛନ୍ତି। ପୁରୀ ଜିଲାର ବୈଦ୍ୟନାଥ ମହାପାତ୍ର କୁସ୍ତିରେ ଏକ ପରିଚିତ ନାମ। ଛୋଟବେଳୁ ପୁରୀ ସହର ଆଖଡ଼ା ଘରୁ ଆରମ୍ଭ କରିଥିଲେ କୁସ୍ତି ଅଭ୍ୟାସ। ସ୍ଥାନୀୟ ପ୍ରତିଯୋଗିତାରେ ସଫଳ ହେବା ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସଫଳ ହୋଇଥିଲେ। କ୍ରମାଗତ ଭାବେ ୧୯୬୭ରୁ ୧୯୭୮ ପର୍ଯ୍ୟନ୍ତ ରାଜ୍ୟ ଚମ୍ପିଆନ ରହିଥିଲେ। ୧୯୬୯ରେ ଜାତୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ସେହିପରି ସଫ୍‌ଟ ଟେନିସ ଖେଳାଳି ଶିବରାମ ସ୍ୱାଇଁ, କରାଟେ ଖେଳାଳି ଚିନ୍ମୟୀ ସ୍ବାଇଁ, ଫୁଟ୍‌ବଲ ଖେଳାଳି ରାଜେଶ ନାୟକଙ୍କୁ ସମ୍ମାନିତ କରାଯିବାକୁ ଥିବା ବେଳେ ଧାବିକା ସବିତା ଟପ୍ପୋଙ୍କୁ ଅନୁରାଧା ବିଶ୍ବାଳ ସମ୍ମାନ ଓ ସୁରେଖା ବାର୍ଲାଙ୍କୁ ଦିଲୀପ ତିର୍କୀ ସମ୍ମାନରେ ସମ୍ମାନିତ କରାଯିବ।
ଶିବରାମ ସଫ୍‌ଟ ଟେନିସ ଖେଳରେ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪ଟି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଚିନ୍ମୟୀ ରାଜ୍ୟ କରାଟେରେ ଏକ ପରିଚିତ ଚେହେରା। ନିଜ ପ୍ରତିଭା ଓ ନିଷ୍ଠା ବଳରେ ଜାତୀୟ କରାଟେ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ଛୋଟବେଳୁ ଫୁଟବଲ ପ୍ରତି ଆଗ୍ରହୀ ରାଜେଶ ରାଜ୍ୟ ପାଇଁ ବହୁ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଛନ୍ତି। ଉଦୀୟମାନ ଧାବିକା ଭାବେ ପରିଚିତ ସବିତା ଟପ୍ପୋ ପେଣ୍ଟାଥଲନ ଓ ୧୦୦ ମିଟର ବାଧାଦୌଡ଼ରେ ଜାତୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ସେ କଳିଙ୍ଗ ଷ୍ଟାଡିୟମସ୍ଥିତ ରିଲାଏନ୍‌ସ ହାଇପରଫର୍ମାନ୍‌ସ ଆଥଲେଟିକ ସେଣ୍ଟରରେ ଜେମ୍‌ସ ହିଲରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶା ମହିଳା ହକି ପାଇଁ ଆଉ ଏକ ସମ୍ଭାବନା ହେଉଛନ୍ତି ସୁ‌େ​‌ରଖା ବାର୍ଲା। ସବ୍‌ଜୁନିୟର ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି ସୁରେଖା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories