www.samajalive.in
Saturday, December 6, 2025
16.1 C
Bhubaneswar

ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି ପେଲେ

ସାଓପାଓଲୋ : ପେଟରେ ହୋଇଥିବା ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବ୍ରାଜିଲ୍‌ର ମହାନ୍‌ ଫୁଟବଲର୍‌ ପେଲେ। କିଛିଦିନ ସ୍ବାସ୍ଥ୍ୟପରୀକ୍ଷା ପରେ ପେଲେଙ୍କ ପେଟର ଏକ ସ୍ଥାନରେ ମାଂସପେଶୀ ବଢ଼ୁଥିବା କଥା ଜଣା ପଡ଼ିଥିଲା। ତାହାକୁ ବାହାର କରିବା ନିମନ୍ତେ ଡାକ୍ତର ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ।
ସୋମବାର ପେଲେ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ଦର୍ଶାଇଛନ୍ତି ଯେ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଅଛନ୍ତି। ଖୁବ୍‌ ଶୀଘ୍ର ଘରକୁ ଫେରିବାର ଆଶାରହିଛି। ନିଜ କ୍ୟାରିୟରରେ ବ୍ରାଜିଲ୍‌ ପାଇଁ ୩ଟି ବିଶ୍ବକପ୍‌ ଜିତିଥିବା ୮୦ ବର୍ଷୀୟ ପେଲେଙ୍କ ଅସ୍ତ୍ରୋପଚାର ସ୍ଥାନୀୟ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ଡାକ୍ତରଖାନାରେ କରାଯାଇଥିଲା। ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପେଲେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଓ ଅତିକମ୍‌ରେ ଏକସପ୍ତାହ ଡାକ୍ତରଖାନାରେ ରହିବେ। ସୂଚନାଯୋଗ୍ୟ; ଖେଳୁଥିବା ବେଳେ ପେଲେ ଖୁବ୍‌ କମ୍‌ ଆଘାତପ୍ରାପ୍ତ ହେବାର ନଜର ରହିଥିବା ବେଳେ ଗତ କିଛିବର୍ଷ ହେବ ତାଙ୍କ ଅଣ୍ଟା ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ବିନା ସହାୟତାରେ ଚଲାବୁଲା କରି ପାରୁନାହାନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories