ନିଟ୍‌ ପ୍ରବେଶ ପତ୍ର ଉପଲବ୍ଧ

ଭୁବନେଶ୍ବର :  ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନ୍‌ଟିଏ) ଦ୍ବାରା ପରିଚାଳିତ ସ୍ନାତକ (ୟୁଜି) ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌) ଆସନ୍ତା ୧୨ ତାରିଖରୁ ଅନୁଷ୍ଠିତ ହେବ। ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଏନଟିଏ ୱେବସାଇଟରେ ପ୍ରବେଶ ପତ୍ର (ଆଡମିଟ୍‌ କାର୍ଡ)ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀ ୱେବସାଇଟ୍‌(www. neet.nta.nic.in)କୁ ଲଗଇନ କରି ଆବେଦନପତ୍ର ସଂଖ୍ୟା ଏବଂ ଜନ୍ମ ତାରିଖ ଲେଖି ପ୍ରବେଶ ପତ୍ର ବାହାର କରିପାରିବେ। ଏ ସଂକ୍ରାନ୍ତରେ ଏନଟିଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୨୦୨ ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। କରୋନା ପାଇଁ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ। କାଗଜ କଲମ (ଅଫଲାଇନ)ରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କରୋନା କଟକଣାରେ ପରୀକ୍ଷା କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।

Comments are closed.