www.samajalive.in
Saturday, December 6, 2025
26.1 C
Bhubaneswar

୩୬ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟର ମୋଟ ୩୬ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦରମା ବନ୍ଦ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଧାର୍ଯ୍ୟ ସମୟ ମଧ୍ୟରେ ତାଲିକା ନଦେବା ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସବୁଠାରୁ ବଡ଼କଥା ହେଲା ରାଜ୍ୟର ବିଭିନ୍ନ ଜିଲାର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାଳମାଳ ପ୍ରମାଣପତ୍ର ଧରି ଯାଞ୍ଚ କରିବାକୁ ପହଞ୍ଚୁଛନ୍ତି କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ। ଦୁଇ ବିଇଓଙ୍କ ବିରୋଧରେ ନକଲି ପ୍ରମାଣ ପତ୍ର ଦାଖଲ ଅଭିଯୋଗ ଥିବା‌େ‌ବଳେ ତାଙ୍କୁ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଦାୟିତ୍ବ ଦିଆଯାଇଛି।
ସୂଚନା ଅନୁଯାୟୀ ଗତମାସ ୩୧ ସୁଦ୍ଧା ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଥିଲା। ୪ ଥର ତଥ୍ୟ ମଗାଯାଇଥିଲେ ମଧ୍ୟ ବହୁ ଶିକ୍ଷକ ଅଧିକାରୀ ତଥ୍ୟ ଦାଖଲ କରି ନଥିଲେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ନିର୍ଦେଶାଳୟ ପକ୍ଷରୁ ସଂପୃକ୍ତ ଜିଲା କୋଷାଗାର ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ମୋଟ ୧୨ ଜିଲାର ୩୬ ବ୍ଲକ ଶିକ୍ଷା ଅଧିକାରୀଙ୍କ ସେପ୍ଟେମ୍ବର ୨୦୨୧ରୁ ଦରମା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।
ଦରମା ବନ୍ଦ ହୋଇଥିବା ଶିକ୍ଷା‌ ଅଧିକାରୀଙ୍କ ତାଲିକାରେ ଯାଜପୁର ଜିଲାର ୩, କଟକର ୨, ଗଞ୍ଜାମର ସର୍ବାଧିକ ୧୦, କଳାହାଣ୍ଡିର ୪, ନୟାଗଡ଼ର ୨, ଭଦ୍ରକର ଏକ, କନ୍ଧମାଳର ୧, ଖୋର୍ଦ୍ଧା ଜିଲା ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ, ଢେଙ୍କାନାଳର ୨, ନବରଙ୍ଗପୁରର ୩, ସୁନ୍ଦରଗଡ଼ର ୪ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ବାଲେଶ୍ବର ଜିଲାର ଦୁଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ବିରୋଧରେ ନକଲି ପ୍ରମାଣପତ୍ର ଦାଖଲ ନେଇ ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ତାଙ୍କ ପ୍ରମାଣପତ୍ର ଯାଞ୍ଚ ସରି ନଥିବାବେଳେ ତାଙ୍କୁ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ କୁହାଯାଇଛି। ନିର୍ଦେଶାଳୟ ପକ୍ଷରୁ ଏହି ଦୁଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି।
ଅନ୍ୟପକ୍ଷରେ ବହୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଭିଡ଼ ଜମାଯାଉଛି। ସୋମବାର ଭୁବନେଶ୍ବର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ପ୍ରମାଣପତ୍ର ଯାଞ୍ଚ କରିବାକୁ ପରିଷଦରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଦରମା ବନ୍ଦ ହେବା ପରେ ଶିକ୍ଷା ଅଧିକାରୀ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିଥିବା ଦେଖିବାକୁ ମିଳିଛି। ପରିଷଦ କାର୍ଯ୍ୟାଳୟରେ ବିଭିନ୍ନ ଜିଲାର ଯାଞ୍ଚ କରାଯାଉଛି। ଉଚ୍ଚ ନ୍ୟାୟାଳୟ(ହାଇକୋର୍ଟ) କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭାଗର ବରିଷ୍ଠ ପଦାଧିକାରୀ ସବୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଥିଲା। କାର୍ଯ୍ୟରେ ଖିଲାପ କରିବାରୁ ୫-ଟି ମୁତାବକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି। ଖୁବ୍‌ଶୀଘ୍ର ପୁନର୍ବାର ସେମାନଙ୍କୁ ନିର୍ଦେଶାଳୟ ପକ୍ଷରୁ ବିବରଣୀ ତଲବ କରାଯିବ ବୋଲି ଜଣାପଡ଼ିଛି। ନକଲି ପ୍ରମାଣପତ୍ର ଦେଇ କାମ କରୁଥିବା ଅଯୋଗ୍ୟ ଶିକ୍ଷକ କିଭଳି ପାଠପଢାଇ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories