www.samajalive.in
Sunday, December 14, 2025
19.1 C
Bhubaneswar

ମରୁଡି ଆଁରେ ହଜି ଯାଉଛି ନୁଆଁଖାଇର ହର୍ଷ ଉଲ୍ଲାସ

ରେଙ୍ଗାଲି: ପଶ୍ଚିମ ଓଡିଶା ର ପ୍ରାଚୀନ ଗଣପର୍ବ କୃଷି ଏବଂ କୃଷକ ମାନଙ୍କ ପାଇଁ ବହୁତ ଗୁରୁତ୍ୱ ବହନ କରିଥାଏ। ଏହି ପର୍ବରେ କୃଷି ପ୍ରତି କୃଷକର ସମର୍ପଣ ଭାବ ଉପରେ ଆଧାରିତ। ନୁଆଁଖାଇର ଆଗମନ ପୂର୍ବରୁ ଚାଷୀମାନଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ ଉଲ୍ଲାସ ଭରି ଯାଏ। ଶସ୍ୟ ଶ୍ୟାମଳା ଧାନ କିଆରି ସବୁଜିମା ଦେଖି ଚାଷୀ ପରିବାର ଉଲ୍ଲସିତ ହୋଇଥାନ୍ତି। ତେବେ ଚଳିତ ବର୍ଷ ଇନ୍ଦ୍ର ଦେବତାଙ୍କ କୋପ ଦୃଷ୍ଟି ରୁ ଭୟାବହ ମରୁଡି ସମସ୍ୟା ଦେଖା ଦେଇଥିବାରୁ ନୁଆଁଖାଇରେ ହର୍ଷ, ଉଲ୍ଲାସ ଏବଂ ଆନନ୍ଦ ବାତାବରଣ ପରିବର୍ତ୍ତେ ଆସନ୍ନ ଭୟଙ୍କର ମରୁଡି ଯୋଗୁଁ ଚାଷି ମହଲରେ ହତାସା ଓ ନିରାଶା ଖେଳିଯାଇଛି।

ବର୍ଷାର ଘୋର ଅଭାବ ଯୋଗୁଁ ଚାଷ ଜମି ଫାଟି ଆଁ କରିଛି। ମରୁଡିର ଆଁ ଭିତରେ ନୁଆଁଖାଇର ସବୁ ଆନନ୍ଦ ଉଲ୍ଲାସ ସତେ ଯେମିତି ହଜି ଯାଇଛି। ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଏଭଳି ଦୟନିୟ ସ୍ଥିତ ରେକିପରି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ଅଛନ୍ତି। ବର୍ଷାର ଘୋର ଅଭାବ ଯୋଗୁଁ ଚଳିତ ଖରିଫ ଋତୁରେ ଚାଷୀ କାର୍ଯ୍ୟ ବିଳମ୍ବିତ ହେବା ସହିତ ବହୁ ପରିମାଣର ଜମି ଚାଷ ହୋଇ ନପାରି ପଡିଆ ପଡିଥିବା ବେଳେ ବୁଣା ଧାନ ବେଉଷଣ ହୋଇ ପାରିନାହିଁ। ଚଳିତ ଖରିଫ ଋତୁ ଭଳି ବର୍ଷାର ଅଭାବ କେବେ ଦେଖିବାକୁ ମିଳି ନଥିଲା ବୋଲି ବହୁ ପୁରୁଖା ଚାଷୀ କହୁଛନ୍ତି। ସ୍ୱଳ୍ପ ତଥା ଅନିୟମିତ ବର୍ଷା ଫଳରେ ଧାନ ଗଛ ବଢି ପାରୁ ନାହିଁ। ରେଙ୍ଗାଲି ବ୍ଳକ୍‍ ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବାରୁ ବର୍ଷାର ଅଭାବ ମରୁଡି ପରିସ୍ଥିତିକୁ ଅତି ସଙ୍ଗୀନ୍‍ କରିଦେଇଛି। ଅନ୍ୟବର୍ଷ ଭଳି ଚାଷୀ ମହଲରେ ନୁଆଁଖାଇର ଉତ୍ସାହ ପରିଳକ୍ଷିତ ହେଉନାହିଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories