ରାଜ୍ୟରେ ୨୪ ଘଣ୍ଟାରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନକ ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗଞ୍ଜାମ ଜିଲାରେ ୨ ଜଣ ଓ ପୁରୀ ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱରରେ ଜଣେ କରୋନା ରୋଗୀଙ୍କର ପ୍ରାଣହାନି ଘଟିଥିବା ଖବର ହସ୍ତଗତ ହୋଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୫୫ରେ ପହଞ୍ଚିଛି।
Comments are closed.