www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁଦିବସରେ ଗୁରୁଜୀ ଚିନ୍ତା : ଶିକ୍ଷକ ଅଭାବଜନିତ ସମସ୍ୟା ସଂପର୍କରେ ଆଲୋଚନା

ଆଠଗଡ :  ପବିତ୍ର ଗୁରୁଦିବସ ଅବସରରେ ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ବହୁ ପୁରାତନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବଜନିତ ସମସ୍ୟା ସଂପର୍କରେ ପୁରାତନ ଛାତ୍ରମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କନ୍ଦରପୁର ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ୧୯୮୪ ମସିହାରେ ଗ୍ରାମବାସୀଙ୍କ ଅଦମ୍ୟ ପ୍ରଚେଷ୍ଟା ବଳରେ ସ୍ଥାପିତ ହୋଇପାରିଥିଲା । ପରବର୍ତ୍ତୀ ସମୟରେ ୧୯୮୬ ମସିହାରେ ଏହି ସ୍କୁଲକୁ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲର ମାନ୍ୟତା ରାଜ୍ୟସରକାର ଦେଇଥିଲେ। ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ସମେତ ୭ଜଣ ସହାୟକ ଶିକ୍ଷକ, ୧ଜଣ କିରାଣୀ ଓ ୩ଜଣ ପିଅନ ନିଯୁକ୍ତି ପାଇଥିଲେ। ତେବେ ଗତ କିଛିବର୍ଷ ମଧ୍ୟରେ ପ୍ରଧାନଶିକ୍ଷକଙ୍କ ସହ ୩ଜଣ ସହାୟକ ଶିକ୍ଷକ, ଜଣେ ପିଅନ ଓ ୧ମାତ୍ର କିରାଣୀ ଅବସର ଗ୍ରହଣ କରିଥିଲେ ମଧ୍ୟ କାହାକୁ ସେଠାରେ ତାଙ୍କ ବଦଳରେ ନିଯୁକ୍ତ କରାଯାଇନାହିଁ, ପାହାଡ, ଜଙ୍ଗଲ ଓ ନଦୀ ଘେରା ଏହି କନ୍ଦରପୁର ଉଚ୍ଚ ବିଦ୍ୟାଳୟରେ ଏହି ପଞ୍ଚାୟତର କନ୍ଦରପୁର, ନଣ୍ଟାଇଲୋ, ରାଉତରା ପୁର ଓ ନିକଟବର୍ତ୍ତୀ ବାଙ୍କୀ ବ୍ଲକର ଓସ୍ତିଆ ଗ୍ରାମର ଶହ ଶହ ବିଦ୍ୟାର୍ଥୀ ପାଠ ପଢିବାକୁ ଆସନ୍ତି । ଏଠାରେ ଶିକ୍ଷକମାନଙ୍କର ଉଚ୍ଚମାନର ଶିକ୍ଷାଦାନ ଯୋଗୁଁ ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରି ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପ୍ରିତିଷ୍ଠିତ ହୋଇପାରିଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଏହି ସ୍କୁଲ ପ୍ରତି ଶିକ୍ଷା ବିଭାଗ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁଁ ଦୀର୍ଘଦିନ ହେବ ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ସହିତ ଏହାର ଭିତ୍ତି ଭୂମିର ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା ଦେଖାଯାଇଛି।

ପିଲାମାନଙ୍କର ପରୀକ୍ଷା ଫଳ ମଧ୍ୟ ପୂର୍ବପରି ଉନ୍ନତମାନର ହେଉନାହିଁ । ଆଗାମୀ ୨-୩ବର୍ଷ ମଧ୍ୟରେ ବିଦ୍ୟାଳୟରେ ଥିବା ଅବଶିଷ୍ଟ ଶିକ୍ଷକ ଅବସର ଗ୍ରହଣ କରିବେ । ଏପରି ସ୍ଥିତିରେ ୩୭ବର୍ଷର ଏହି ଅନୁଷ୍ଠାନଟି ଶିକ୍ଷକ ଶୂନ୍ୟ ହୋଇ ସଂପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ପୁରାତନ ଛାତ୍ରମାନେ ଆଶଙ୍କା ପ୍ରକାଶ କରିଥିଲେ। ରାଜ୍ୟ ସରକାର ୫-ଟି ବିଭାଗ ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତକରଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହିପରି ଏକ ପୁରାତନ ଶିକ୍ଷାର ମନ୍ଦିର ପ୍ରତି ଅବହେଳା ଓ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି ପୁରାତନ ଛାତ୍ରମାନେ ପ୍ରଶ୍ନ କରିଥିଲେ । ଏ ସଂପର୍କରେ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେମାନେ ଏଥିପ୍ରତି ଉଦାସୀନତା ପ୍ରଦର୍ଶନ କରୁଥିବାରୁ ପୁରାତନ ଛାତ୍ରମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହା ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ବୈଠକରେ ପୁରାତନ ଛାତ୍ର ଇଂ ପ୍ରିୟବ୍ରତ ଦାସ ସଂଜୀତ ବାରିକ, ସୁଶାନ୍ତ କୁମାର ସାହୁ, ତପନ କୁମାର ସାହୁ, ଦେବାଶିଷ ମହାପାତ୍ର, ମଙ୍ଗରାଜ ବେହେରା, ସୁଦର୍ଶନ ସାହୁ, ସିପୁନ ବେହେରା, ସ୍ମୃତିରଞ୍ଜନ ରାଉତ, ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories