www.samajalive.in
Sunday, December 7, 2025
26.1 C
Bhubaneswar

ଅଗଷ୍ଟରେ ଭାରତରୁ ରପ୍ତାନି ୪୫.୧୭% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟରେ ଭାରତରୁ ପଣ୍ୟ ସାମଗ୍ରୀ ରପ୍ତାନି ୪୫.୧୭% ବୃଦ୍ଧିପାଇ ୩୩.୧୪ ବିଲିଅନ ହଲାର ହୋଇଛି, ଯାହା ଗତବର୍ଷ ଅଗଷ୍ଟରେ ୨୨.୮୩ ବିଲିଅନ ଡଲାର ରହିଥିଲା। ତାହାସହିତ ୨୦୧୯ ଅଗଷ୍ଟରେ ହୋଇଥିବା ରପ୍ତାନି ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ରପ୍ତାନି ୨୭.୫% ଅଧିକ ବୋଲି ଜଣାଯାଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ କରୋନା ମହାମାରୀ ସଂକ୍ରମଣ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଥିବାରୁ ବ୍ୟବସାୟିକ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏଥିରେ କୁହାଯାଇଛି, ୨୦୨୦ ଅଗଷ୍ଟରେ ଦେଶକୁ ୩୧.୦୩ ବିଲିଅନ ଡଲାର ମୂଲ୍ୟର ପଣ୍ୟ ସାମଗ୍ରୀ ଆମଦାନୀ କରାଯାଇଥିବାବେଳେ ୨୦୨୧ ଅଗଷ୍ଟରେ ତାହା ୫୧.୪% ବୃଦ୍ଧିପାଇ ୪୭.୦୧ ବିଲିଅନ ଡଲାର ହୋଇଛି। ମୁଖ୍ୟତଃ ସୁନା ଆମଦାନୀ ହଠାତ ବୃଦ୍ଧି ପାଇବା କାରଣରୁ ମୋଟ ଆମଦାନୀ ବାବଦ ଖର୍ଚ୍ଚ ବୃଦ୍ଧିପାଇଛି ଏବଂ ଏହି କାରଣରୁ ବାଣିଜ୍ୟ ନିଅଣ୍ଟ ପରିମାଣ ଚାରିମାସ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ଅଗଷ୍ଟରେ ବାଣିଜ୍ୟ ନିଅଣ୍ଟ ପରିମାଣ ୧୩.୮୭ ବିଲିଅନ ଡଲାର ହୋଇଛି, ଯାହା ୨୦୨୦ ଅଗଷ୍ଟରେ ୮.୨ ବିଲିଅନ ଡଲାର ରହିଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories