www.samajalive.in
Sunday, December 14, 2025
19.1 C
Bhubaneswar

ଭିମସାର ସୁପର ସ୍ପେସିଆଲିଟି ବିଭାଗ ଖୋଲିବା ଆଶା ଉଜ୍ଜ୍ୱଳ

ବୁର୍ଲା : ବୁର୍ଲା ସ୍ଥିତ ଭୀମସାରଠାରେ ୬ ମହଲା ବିଶିଷ୍ଟ ସୁପର-ସ୍ପେଶିଆଲିଟୀ କୋଠା ନିର୍ମାଣ କାମ ମନ୍ଥରତା ଏବଂ ପୁଣି ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିଲା। ଗତଗତ ୨୦୧୭ରେ କାର୍ଯ୍ୟାଦେଶ ପରେ କାମ ଆରମ୍ଭ ହୋଇଥିବା ବେଳେ ଗତ ୨୦୧୯ ମସିହାରେ କୋଠା ନିର୍ମାଣ କାମ ୨୦୨୦ ମାର୍ଚ୍ଚ ସୁଦ୍ଧା ସମାପ୍ତ ହେବ ବୋଲି ସୁଚିତ କରାଯିବା ସତ୍ୱେ ତାହା ସମ୍ଭବପର ହୋଇ ପାରି ନ ଥିଲା ଏବଂ ପୁଣି ଗତ ଜୁନ ମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇ ଏହାର କାମ ୪ ମାସ ମଧ୍ୟରେ ସମାପ୍ତ କରାଯିବା ନିର୍ଦ୍ଦେଶନାମା ହୋଇଥିଲା।
ସୁଚନା ଥାଉକି, ୧୯୮୦ରୁ ମାତ୍ର ୫ଟି ସୁପର ସ୍ପେସିଆଲିଟୀ ବିଭାଗ ରହିଥିଲା ଆହୁରୀ ୫ଟି ବିଭାଗକୁ ମିଶାଇ ଭିମସାରରେ ସମୁଦାୟ ୧୦ଟି ସୁପର ସ୍ପେସିଆଲିଟୀରେ ସାମିଲ କରାଗଲା। ନୁତନ ବିଭାଗରେ ଗେଷ୍ଟ୍ରୋଏଣ୍ଟେରୋଲୋଜି, ଏଣ୍ଡୋକ୍ରିନୋଲୋଜି, କ୍ଲିନିକାଲ ହେମାଟୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ ଏବଂ ପେଡ଼ିଆଟ୍ରିକ ସର୍ଜରୀରେ ସୁପର ସ୍ପେଶାଲିଟୀ ବିଭାଗରେ ସାମିଲ କରାଯାଇଥିଲା। ପୂର୍ବରୁ ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ ଓ ହୃଦରୋଗ ବିଭାଗର ସୁପର ସ୍ପେଶାଲିଟୀ ବିଭାଗ ଥିଲା। ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ସ୍ୱାସ୍ଥ୍ୟସଚିବଙ୍କ ତରଫରୁ ଗେଷ୍ଟ୍ରୋଏଣ୍ଟେରୋଲୋଜି, ଏଣ୍ଡୋକ୍ରିନୋଲୋଜି, କ୍ଲିନିକାଲ ହେମାଟୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ ଏବଂ ପେଡ଼ିଆଟ୍ରିକ ସର୍ଜରୀରେ ସୁପର ସ୍ପେଶାଲିଟୀ ବିଭାଗ ଖୋଲାଯିବା ପାଇଁ ନିର୍ଦ୍ଦେଶନାମା ଆସିଥିବା ଭିମସାର ହସପିଟାଲର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୁଚନା ଦେଇଛନ୍ତି। ସୁପର ସ୍ପେଶାଲିଟୀ କୋଠାରେ ୬୦ଟି ସଘନ ନିଦାନ ୟୁନିଟ-ଆଇସିୟୁ ଓ ୧୮୦ଟି ସାଧାରଣ ଶଯ୍ୟା ରହିବାର ବ୍ୟବସ୍ତା ରହିଛି। ବିଶେଷଜ୍ଞ ଡ଼ାକ୍ତର ମଧ୍ୟ ଅବସ୍ଥାପିତ କରାଯାଇ ନ ଥିବା ବେଳେ ପୁଣି ବାହାରକୁ ରୋଗୀ ପ୍ରେରିତ ହୋଇ ଯିବାକୁ ପଡ଼ୁଥିଲା। ତେବେ ବର୍ତ୍ତମାନ ସରକାରୀ କଳର ନିଦ୍ଦ୍ରେଶନାମା ଫଳରେ ସୁପର ସ୍ପେସିଆଲିଟି ବିଭାଗ ଖୋଲିବା ଆଶା ଉଜ୍ଜ୍ୱଳ ହୋଇଛି।
ସୁଚନା ଥାଉକି, ଗତ ୨୦୧୭ ମସିହାରେ ତତ୍କାଳିନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ପୁଜାହାରୀ ଏବଂ ତତ୍କାଳିନ ଜିଲ୍ଲାପାଳ ସାମର୍ଥ ବର୍ମାଙ୍କ ସମୟରେ ଭିମସାର ପରିସରରେ ସଙ୍କୁଚିତ ସ୍ଥାନରେ କୋଠା ନିର୍ମାଣ ଚୁଡ଼ାନ୍ତ ହୋଇ ନିର୍ମାଣ ଆରମ୍ଭ ହେଲା। ପ୍ରକଳ୍ପ ପାଇଁ ସମୁଦାୟ ୧୫୦ କୋଟି ଟଙ୍କା ବ୍ୟୟବରାଦ ଥିବା ବେଳେ ୮୦ କୋଟିଟଙ୍କା ନର୍ମାଣ ଏବଂ ଅବଶିଷ୍ଟ ୭୦ କୋଟି ଅର୍ଥ ଚିକିତ୍ସା ଉପକରଣ ଓ ପରୀକ୍ଷା ନିରିକ୍ଷା ଯନ୍ତ୍ରାଂଶ ସକାଶେ ଉପଯୋଗ କରାଯିବା ବ୍ୟବସ୍ତା ରହିଛି। ବିଭିନ୍ନ ସାମଗ୍ରୀ ଓ ଆନୁଷଙ୍ଗିକ ଯନ୍ତ୍ରପାତି କ୍ରୟ ନିମନ୍ତେ ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ୪.୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ପ୍ରକଳ୍ପକୁ ସାମିଲ କରାଯାଇ ସମୁଦାୟ ପାଣ୍ଠିର ୭୦ ପ୍ରତିଶତ ରାଶି କେନ୍ଦ୍ର ଓ ୨୦ ପ୍ରତିଶତ ରାଜ୍ୟ ସରକାର ବହନ କରିବା ବ୍ୟବସ୍ତା ରହିଛି। ଭୁବନେଶ୍ୱର ଏମସ୍ ଏହି ସୁପର ସ୍ପେଶାଲିଟୀ ପ୍ରକଳ୍ପର ନୋଡାଲ କେନ୍ଦ୍ର ଭାବେ କାର୍ଯ୍ୟକରିବ। ଚିକିତ୍ସା ସଂସ୍ଥାନ ଭିମସାର ସ୍ୱାସ୍ଥ୍ୟସେବାରେ ଆଧୁନିକ ରୂପ ହାସଲ କରିବ ଫଳରେ ଝାଡ଼ଖଣ୍ଡ, ଛତିଶଗଡ଼ ପ୍ରଭୃତି ପଡ଼ୋଶା ରାଜ୍ୟ ସହିତ ଓଡ଼ିଶାର ୧୦ରୁ ଉଦ୍ଧ୍ୱର୍ ଜିଲ୍ଲାର ରୋଗୀ ଉପକୃତ ହୋଇପାରିବେ। ଓଡ଼ିଶାର ଦ୍ୱିତୀୟ ମେଡ଼ିକାଲ କଲେଜ ଗତ ୧୯୫୯ ମସିହାରେ ସ୍ଥାପନ ହୋଇ ୨୦ଟି ପିଜିକୁ ମିଶାଇ ସମୁଦାୟ ୨୯ଟି ବିଭାଗ ରହିଛି ଏବଂ ଏମବିବିଏସ ବିଭାଗ ରହିଛି। ୨୦୧୫ ମସିହାରେ ସ୍ୱୟଂଶାସିତ ବା ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା। ଭିମସାରେ ବର୍ତ୍ତମାନ ପୁରାତନ ସୁପର ସ୍ପେସିଆଲିଟି ବିଭାଗ ନେଫ୍ରୋଲୋଜିରେ ଜଣେ ମଧ୍ୟ ବିଶେଷଜ୍ଞ ଗତ ୨୦୧୭ ମସିହାରୁ ନାହାନ୍ତି ଏହାକୁ ନେଇ କେବଳ ଭିମସାର କର୍ତ୍ତୃପକ୍ଷ ସ୍ପଷ୍ଟ ସୁଚନା ଦେଇ ପାରି ନାହାନ୍ତି। ନୁତନ ଗେଷ୍ଟ୍ରୋଏଣ୍ଟେରୋଲୋଜି, ଏଣ୍ଡୋକ୍ରିନୋଲୋଜି, କ୍ଲିନିକାଲ ହେମାଟୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ ଏବଂ ପେଡ଼ିଆଟ୍ରିକ ସର୍ଜରୀ ବିଭାଗ ଖୋଲିବା ପାଇଁ ଗତ ୨ ତାରିଖରେ ଚିଠି ସଂଖ୍ୟା ୨୪୫୬୮ରେ ଭିମସାରକୁ ଚିଠି ଆସିଛି। ବର୍ତ୍ତମାନ ସୁଦ୍ଧା ଏହି ବିଭାଗର ବିଶେଷଜ୍ଞ ବର୍ତ୍ତମାନ ସୁଦ୍ଧା ଅବସ୍ଥାପିତ ହୋଇ ପାରି ନାହାନ୍ତି। ତେବେ ନୁତନ ପାଞ୍ଚୋଟି ବିଭାଗ ଗେଷ୍ଟ୍ରୋଏଣ୍ଟେରୋଲୋଜି, ଏଣ୍ଡୋକ୍ରିନୋଲୋଜି, କ୍ଲିନିକାଲ ହେମାଟୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ ଏବଂ ପେଡ଼ିଆଟ୍ରିକ ସର୍ଜରୀ ଖୋଲାଯିବା ପାଇଁ ସ୍ୱାସ୍ଥ୍ୟବିଭାଗ ତରଫରୁ ନିର୍ଦ୍ଦେଶନାମା ଆସିଥିବା ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୁଚନା ଦେବା ସହିତ ଏହା ଏକ ଖୁସିର ବିଷୟ ବୋଲି ମତପ୍ରକାଶ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ନେଫ୍ରୋଲୋଜି ବିଭାଗରେ କୌଣସି ବିଶେଷଜ୍ଞ ଅବସ୍ଥାପିତ ହୋଇ ପାରିନାହାନ୍ତି। ନୁତନ ବିଭାଗ ଖୋଲାଯିବା ସହିତ ପୁରାତନ ବିଭାଗ ମାନଙ୍କରେ ବିଶେଷଜ୍ଞ ଡ଼ାକ୍ତର ଅବସ୍ଥାପିତ କରାଯାଇ ପାରିଲେ ଭିମସାର ତାର ଅସଲ ଲକ୍ଷ ହାସଲ ହୋଇପାରିବ ବୋଲି ମତପ୍ରକାଶ ପାଉଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories