www.samajalive.in
Tuesday, December 9, 2025
23.1 C
Bhubaneswar

ଉତଫୁଲ୍ଲିତ ତାଲିବାନିଙ୍କ ଗୁଳି ବର୍ଷାରେ ୧୭ ମୃତ, ୪୧ ଆହତ

କାବୁଲ: ଖବର ମିଳିଲା ପଞ୍ଜଶିରକୁ ତାଲିବାନ ଆତଙ୍କିମାନେ ଦଖଲ କରିନେଇଛନ୍ତି। ସେହି ଖବର କେତେ ଠିକ୍‍ ବା ଭୁଲ ତାହା କାବୁଲ ସମେତ ଆଫଗାନିସ୍ତାନର ଅନ୍ୟାନ୍ୟ ଭାଗରେ ଥିବା ତାଲିବାନ ଆତଙ୍କିମାନେ ଜାଣିବାକୁ ଚେଷ୍ଟା କଲେନାହିଁ। ଆରମ୍ଭ କରିଦେଲେ ଖୁସି ମନାଇବା। ପ୍ରତିଟି ମୁହୂର୍ତ୍ତରେ ଗୁଳିଗୋଳାକୁ ନେଇ ଖେଳୁଥିବା ଏହି ଆତଙ୍କିମାନେ ଉତଫୁଲ୍ଲିତ ହୋଇ ଆଖିବୁଜା ଫାଙ୍କା ଗୁଳି ଚଳାଇବା ଆରମ୍ଭ କରିଦେଲେ। ସେମାନଙ୍କ ଗୁଳି ଚାଳନାରେ ଶିଶୁଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୧ ଜଣ ଆହତ ହୋଇଥିବା ଖବର ମିଳିଛି। କେବଳ କାବୁଲରେ ଏହି ମୃତାହତ ହୋଇଥିବା ଖବର ଆସିଛି। ଆଫଗାନିସ୍ତାନର ଖବର ସରବରାହ ସଂସ୍ଥା ଆସଭାକା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ତାଲିବାନ ଆତଙ୍କିମାନେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଗୁଳି ଚଳାଇ ଖୁସି ମନାଇଥିଲେ। ଦୁର୍ଭାଗ୍ୟକୁ ଏହାର ଶିକାର ହୋଇଥିଲେ ଶିଶୁ ଓ ସାଧାରଣ ନାଗରିକ। ତାଲିବାନ ଗୁଳିରେ ଶିଶୁଙ୍କ ସମେତ ୧୭ ଜଣ ନାଗରିକଙ୍କ ପ୍ରାଣହାନି ଘଟିଥିଲା ଏବଂ ଅନ୍ୟ ୪୧ ଜଣ ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ନିମନ୍ତେ କାବୁଲସ୍ଥିତ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ପରେ ପଞ୍ଜଶିରରେ ନର୍ଦର୍ଣ୍ଣ ଆଲାଏନ୍ସର ନେତୃତ୍ୱ ନେଉଥିବା ଅମହଦ ମାସୁଦ ଏହି ଘଟଣା ମିଛ ବୋଲି ଦର୍ଶାଇଥିଲେ। ଏଭଳି ମିଛ ଖବର ପାକିସ୍ତାନ ଗଣମାଧ୍ୟମଗୁଡିକରେ ପ୍ରଚାରିତ ହେଉଥିବା ସେ କହିଥିଲେ। ପଞ୍ଚଶିର ବିଦ୍ରୋହୀ ଗୋଷ୍ଠୀଙ୍କର ଅନ୍ୟତମ ନେତୃତ୍ୱ ନେଉଥିବା ଦେଶର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ଶାଲେହ ମଧ୍ୟ କହିଛନ୍ତି ଯେ ନର୍ଦର୍ଣ୍ଣ ଆଲାଏନ୍ସ ତାଲିବାନ ଆତଙ୍କିଙ୍କ ଆକ୍ରମଣର କଡା ଜବାବ ଦେଉଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories