www.samajalive.in
Sunday, December 7, 2025
26.1 C
Bhubaneswar

ଗଣତନ୍ତ୍ର ହେଉଛି ଭାରତର ସ୍ୱଭାବ- ଅମିତ ଶାହ

ନୂଆଦିଲ୍ଲୀ: ଗଣତନ୍ତ୍ର ହେଉଛି ଭାରତର ସ୍ୱଭାବ। ସ୍ୱାଧୀନ ଭାରତ ଠାରୁ ମଧ୍ୟ ଗଣତନ୍ତ୍ରର ନୀତି ବହୁ ପୁରାତନ। ଯଦି କେହି କହନ୍ତି ଯେ ୧୯୪୭ ଅଗଷ୍ଟ ୧୫ ପରବର୍ତ୍ତୀ ସମୟରେ ଅଥବା ୧୯୫୦ରେ ସମ୍ବିଧାନ ପ୍ରଣୟନ ହେବା ପରଠାରୁ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆସିଛି, ତେବେ ତାହା ଭୁଲ। ଏହା ଆମ ପ୍ରକୃତି ଏବଂ ସ୍ୱଭାବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ବ୍ୟୁରୋ ଅଫ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ୫୧ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ଶାହ କହିଛନ୍ତି, ପୂର୍ବରୁ ମଧ୍ୟ ଭାରତରେ ବିକେନ୍ଦ୍ରିକୃତ ବ୍ୟବସ୍ଥା ରହିଥିଲା ଯେଉଁଠାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସବୁକିଛି କରାଯାଉଥିଲା। ଗ୍ରାମଗୁଡିକରେ ପୂର୍ବରୁ ମଧ୍ୟ ପଞ୍ଚ ପରମେଶ୍ୱର ବ୍ୟବସ୍ଥା ରହିଥିଲା। ଦ୍ୱାରକାରେ ହଜାର ହଜାର ବର୍ଷ ପୂର୍ବରୁ ଯାଦବମାନଙ୍କର ସାଧାରଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଥିଲା। ତାହାସହିତ ବିହାରରେ ଅନୁରୂପ ବ୍ୟବସ୍ଥା ରହିଥିଲା। ତେଣୁ ଗଣତନ୍ତ୍ର ଆମ ରାଷ୍ଟ୍ରର ସ୍ୱଭାବ ହୋଇ ରହିଆସିଛି। ଏହି ଅବସରରେ ସେ ଦେଶରେ ପୁଲିସ ବାହିନୀର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଭାରତର ସରକାରୀ ବ୍ୟବସ୍ଥାରେ ସେମାନେ ସବୁଠାରୁ କଷ୍ଟକର କାର୍ଯ୍ୟ କରୁଥିବା ଶ୍ରୀ ଶାହ କହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories