www.samajalive.in
Tuesday, December 9, 2025
16.1 C
Bhubaneswar

ମଧୁମେହ ଚିକିତ୍ସା ଔଷଧର ଦାମ କମିବ

ନୂଆଦିଲ୍ଲୀ: ମଧୁମେହ, କର୍କଟ ଏବଂ ଯକ୍ଷ୍ମା ଭଳି କେତେକ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଔଷଧ ମୂଲ୍ୟ ହ୍ରାସ ପାଇବାକୁ ଯାଉଛି। କେନ୍ଦ୍ର ସରକାର ଏହିଭଳି କେତେକ ଔଷଧକୁ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା (ଏନଏଲଇଏମ)ରେ ସ୍ଥାନ ଦେବାକୁ ପ୍ରସ୍ତାବ ରଖିଛନ୍ତି। ଏହାଦ୍ୱାରା ଏହି ଔଷଧଗୁଡିକୁ ମୂଲ୍ୟ ନିୟନ୍ତ୍ରଣ ତାଲିକା ଅଧୀନକୁ ଅଣାଯିବ। ମୂଲ୍ୟ ହ୍ରାସ ପାଇବାକୁ ଯାଉଥିବା ଔଷଧଗୁଡିକ ମଧ୍ୟରେ ଆଣ୍ଟିପାରାସାଇଟିକ୍‍ ଆଇଭରମେକ୍ଟିନ ଏବଂ ରୋଟାଭାଇରସ ଟିକା ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଏନଏଲଇଏମର ସଂଶୋଧିତ ତାଲିକାରୁ ଜଣାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)ର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି, ଏହି ସଂଶୋଧିତ ତାଲିକା ଉପରେ ଆଇସିଏମଆର ମଧ୍ୟ କାର୍ଯ୍ୟ କରିଛି। ଏନଏଲଇଏମ ତାଲିକାରେ ସ୍ଥାନ ପାଇଥିବା ଔଷଧଗୁଡିକ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ)ଙ୍କ ଦ୍ୱାରା ନିୟନ୍ତ୍ରିତ ମୂଲ୍ୟରେ ବିକ୍ରି କରାଯାଉଛି। ଏନପିପିଏ ଅଧୀନକୁ ଆସିବାକୁ ପ୍ରସ୍ତାବ ଥିବା ଔଷଧଗୁଡିକ ସନୋଫି ପାସ୍ତୁର, ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏବଂ ଜାଇଡସ କାଡିଲା ଆଦି କମ୍ପାନୀ ଦ୍ୱାରା ଉତ୍ପାଦିତ ହେଉଛି। ଏଥିସହିତ କିଛି ଘରୋଇ ଫାର୍ମା କମ୍ପାନୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବା ସମ୍ଭାବନା ରହିଛି। ତେବେ ଏହିସବୁ ଔଷଧ ବହୁଳ ପରିମାଣରେ ବିକ୍ରି ହେଉଥିବାରୁ ମୂଲ୍ୟ ନିୟନ୍ତ୍ରଣଜନିତ କ୍ଷତି ବିଶେଷ ହେବନାହିଁ ବୋଲି କୁହାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories