www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଜଶିରରେ ମଧ୍ୟ ତାଲିବାନ ସହିତ ମିଶି ଲଢୁଛନ୍ତି ପାକିସ୍ତାନୀ ସୈନ୍ୟ

କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀଙ୍କ ଦ୍ୱାରା ପୂର୍ବରୁ ଆଫଗାନିସ୍ତାନ ଦଖଲ ସମୟରେ ପାକିସ୍ତାନର ସୈନ୍ୟ ଏବଂ ଗୁଇନ୍ଦା ଅଧିକାରୀମାନେ ତାଲିବାନ ଓ ଅନ୍ୟ ଆତଙ୍କି ଗୋଷ୍ଠୀଙ୍କ ସହିତ ମିଶି ଲଢେଇ କରୁଥିବା ନେଇ ଅନେକ ପ୍ରମାଣ ହସ୍ତଗତ ହୋଇଥିଲା। ସେହି ସମୟରେ ଆଫଗାନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ପ୍ରାଣ ହରାଉଥିବା ଆତଙ୍କିଙ୍କ ମଧ୍ୟରେ ପାକିସ୍ତାନୀ ସୈନ୍ୟ ମଧ୍ୟ ରହିଥିଲେ ଏବଂ ସେମାନଙ୍କ ନିକଟରୁ ପାକିସ୍ତାନୀ ସୈନ୍ୟଙ୍କର ଶତାଧିକ ପରିଚୟ ପତ୍ର ମିଳିଥିଲା। ହେଲେ ସବୁ କ୍ଷେତ୍ରରେ ଆତଙ୍କବାଦ ବିରୋଧୀ ଲଢେଇରେ ଶୋଚନୀୟ ଭାବରେ ବିଫଳ ହୋଇଥିବା ଆମେରିକା ପ୍ରଶାସନ ତାଲିବାନ ସହିତ ପାକିସ୍ତାନ ସୈନ୍ୟମାନେ ମିଳିତ ଭାବରେ ଲଢେଇ କରୁଥିବାର ପ୍ରମାଣ ମିଳିନାହିଁ ବୋଲି କହିଥିଲା। ଏହାର ଦିନକ ପରେ ତାଲିବାନ ସହିତ ପାକିସ୍ତାନୀ ସୈନ୍ୟଙ୍କର ନିବିଡ ସମ୍ପର୍କର ଅ।।ଉ ଏକ ପ୍ରମାଣ ମିଳିଛି। ପଞ୍ଜଶିରରେ ତାଲିବାନ ଆତଙ୍କିମାନେ ନର୍ଦର୍ଣ୍ଣ ଆଲାଏନ୍ସ ବିରୁଦ୍ଧରେ ଘମାଘୋଟ ଲଢେଇ ଜାରି ରଖିଥିବାବେଳେ ପଞ୍ଜଶିର ଯୋଦ୍ଧାଙ୍କ ପାଲଟା ଆକ୍ରମଣରେ ମୃତ ତାଲିବାନିଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସୈନ୍ୟ ରହିଛନ୍ତି। ତାଙ୍କ ସାମରିକ ପୋଷାକରୁ ଏକ ପାକିସ୍ତାନୀ ସୈନ୍ୟବାହିନୀର ପରିଚୟପତ୍ର ମିଳିଛି ଏବଂ ସେଥିରେ ତାଙ୍କ ଜାତୀୟତା ପାକିସ୍ତାନୀ ଓ ନାମ ମହମ୍ମଦ ୱାସିମ ବୋଲି ଲେଖାଯାଇଛି।
ଏହାର ଦିନକ ପୂର୍ବରୁ ପେଣ୍ଟାଗନର ପ୍ରେସ ସଚିବ ଜନ୍‍ କିର୍ବି ସାମ୍ବାଦିକମାନଙ୍କୁ କହିଥିଲେ, ତାଲିବାନ ସହିତ ପାକିସ୍ତାନୀ ସୈନ୍ୟମାନେ ମିଶି ଲଢେଇ କରୁଥିବାର କିଛି ପ୍ରମାଣ ତାଙ୍କୁ ମିଳିନାହିଁ। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନି ବରାବର କହି ଆସୁଛନ୍ତି ଯେ ପାକିସ୍ତାନ ତାହାର ୧୦ରୁ ୧୫ ହଜାର ସୈନ୍ୟଙ୍କୁ ତାଲିବାନ ସହିତ ମିଶି ଲଢିବାକୁ ଆଫଗାନିସ୍ତାନ ପଠାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories