www.samajalive.in
Saturday, December 13, 2025
27.1 C
Bhubaneswar

ଓଡ଼ିଶାବାସୀଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ଆହୁରି ସୁଗମ ଓ ସୁଦୃଢ଼ ହେବ : ନବୀନ ପଟ୍ଟନାୟକ

ଭୁବନେଶ୍ବର :  ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ଏବଂ “ମୋ ବସ୍” ର ଦୁଇଟି ଅତ୍ୟାଧୁନିକ ଡିପୋକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର  ଲୋକାର୍ପଣ କରିଛନ୍ତି। ଓଏସଆରଟିସିର ଏହି ନୂତନ ଯାତ୍ରୀବାହୀ ବସ୍‌ ବିଏସ୍-୬ ଇଞ୍ଜିନ ଯୁକ୍ତ ହୋଇଥିବା ବେଳେ ସବୁ ବସ୍‌ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, ଜରୁରୀ କାଳୀନ ସୁରକ୍ଷା ବଟନ୍, ଟ୍ରାକିଂ ସହିତ  ଆରାମଦାୟକ ସିଟ୍ ବ୍ୟବସ୍ଥା ରହିଛି। ଏହା ଦ୍ବାରା ଓଡ଼ିଶାବାସୀଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ଆହୁରି ସୁଗମ ଓ ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି। ଆଜି ୧୧୦ଟି ନୂଆ ଅତ୍ୟାଧୁନିକ ବସ ଲୋକାର୍ପଣ ହୋଇଥିବାବେଳେ ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୭୦ଟି ବସ ମଧ୍ୟ ଲୋକାର୍ପଣ କରାଯିବ ବୋଲି ଜଣାପଡିଛି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଟିଆ ଏବଂ ଭଗବାନପୁର ଠାରେ ଦୁଇଟି ଅତ୍ୟାଧୁନିକ “ମୋ ବସ୍” ଡିପୋ ଲୋକାର୍ପଣ କରିଛନ୍ତି। ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି। ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ। ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରା ଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ, ମେକାନାଇଜଡ ୱାସିଙ୍ଗ୍ ଏବଂ ୱାର୍କରସ୍ ବିଲଡିଂ ତଥା ବର୍ଷାଜଳର ପୁନଃ ବ୍ୟବହାର ବ୍ୟବସ୍ଥା କରାଯାଇଛି ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories