www.samajalive.in
Saturday, December 13, 2025
27.1 C
Bhubaneswar

ଦୁଇମାସ ହେଲା ନାବାଳିକା ନିଖୋଜ, ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ପରିବାର

ବୌଦ୍ଧ : ଜଣେ ନାବାଳିକା ଗ୍ରାମରୁ ନିଖୋଜ ହୋଇଯିବା ଘଟଣାର ଦୁଇମାସ ପରେ ମଧ୍ୟ ତଦନ୍ତରେ ପୁଲିସର ହାତ ଖାଲିଥିବାବେଳେ ନିଖୋଜ ସଂପର୍କରେ କୋଣସି ସୂଚନା ନମିଳିବାରୁ ପରିବାରଲୋକ ଶେଷରେ ବାଧ୍ୟ ହୋଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ସମାପାଜୁ ଗ୍ରାମର ଆଦିବାସୀ ବାପ ମା ଛେଉଣ୍ଡ ନାବାଳିକା ଗତ ଜୁଲାଇ ୬ ତାରିଖ ଦିନ ଗ୍ରାମର କିଛି ପଡ଼େରଶୀଙ୍କ ସହିତ ଆମ୍ବଝରୀ ଗ୍ରାମପଞ୍ଚାୟତର ପାବୁଲିପଡା ଗ୍ରାମକୁ ଭୋଜି ଖାଇବାକୁ ଯାଇଥିଲେ। ପିତାମାତାଙ୍କ ଦେହାନ୍ତ ପରେ ନାବାଳିକା ଜଣକ ନିଜର ମାମୁଁଘରେ ଆଈ ପାଖରେ ରହୁଥିଲେ। ପାବୁଲିପଡାରୁ ପଡ଼ୋଶମାନେ ଭୋଜି ଖାଇସାରି ଗ୍ରାମକୁ ଫେରିଥିବାବେଳେ ନାବାଳିକା ଜଣକ ଫେରିନଥିଲେ। ନାତୁଣି ଘରକୁ ନଫେରିବାର ଦେଖି ଘଟଣାରେ ଅସହାୟ ଆଈ ନାତୁଣି ନଫେରିବାର କାରଣ ସଂପର୍କରେ ଭୋଜି ଖାଇଯାଇଥିବା ପଡ଼ୋଶୀମାନଙ୍କୁ ପଚରାଉଚୁରା କରିବାରେ ସେମାନେ ଏ ସଂପର୍କରେ କୌଣସି ସଠିକ୍ ସୂଚନା ଦେଇପାରିନଥିଲେ। ଆମ୍ବଝରୀ ଗ୍ରାମପଞ୍ଚାୟତର ବବଡା ଗ୍ରାମରେ ରହୁଥିବା ନାବାଳିକାଙ୍କ କାକା ରାଧାକାନ୍ତ କହଁର ଏ ସଂପର୍କରେ ସୂଚନା ପାଇବାପରେ ସମାପାଜୁ ଗ୍ରାମକୁ ଆସି ଝିଆରୀ ନିଖୋଜ ସଂପର୍କରେ ପଚରା ଉଚୁରା କରିଥିଲେ। ଗ୍ରାମର ଯେଉଁ ପରିବାର ସହ ନାବାଳିକା ଜଣକ ଭୋଜି ଖାଇବାକୁ ଯାଇଥିଲେ ସେମାନଙ୍କୁ ପଚାରିବାରେ ଏ ସଂପର୍କରେ ସେମାନେ କିଛି ଜାଣିନଥିବା ପ୍ରକାଶ କରିଥିଲେ। ଝିଆରୀକୁ ଖୋଜା ଖୋଜି କରି କୌଣସି ସୂଚନା ନପାଇବାରୁ ଶେଷରେ ରାଧାକାନ୍ତ ନିରାଶ ହୋଇ ଘଟଣାର ୨୦ ଦିନ ପରେ ଗତ ଜୁଲାଇ ୨୬ ତାରିଖ ଦିନ ତାଙ୍କର ନାବାଳିକା ଝିଆରୀ ନିଖୋଜ ହୋଇଯାଇଥିବା ଘଟଣା ସଂପର୍କରେ ବଘିଆପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

 

- Advertisement -

ବୌଦ୍ଧ ଥାନା କେସ ନମ୍ବର ୧୮୬/୨୧ ଦଫା ୩୬୩/୩୪ ରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଥାନାରେ ଅଭିଯୋଗ ହେବାପରେ ଘଟଣାରେ ସନ୍ଦେହ ଘେରରେ ରହିଥିବା ଏବଂ ନାବାଳିକାଙ୍କୁ ଭୋଜି ଖାଇଯିବାକୁ ସାଙ୍ଗରେ ନେଇ ଯାଇଥିବା ସମାପାଜୁ ଗ୍ରାମର ଏକ ପରିବାର ଗ୍ରାମଛାଡି ହଠାତ୍ ଫେରାର ହୋଇଯିବାପରେ ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ନାବାଳିକା ନିଖୋଜ ପଛରେ ଉକ୍ତ ପରିବାରର ହାତ ଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିବାପରେ ନାବାଳିକାଙ୍କ କାକା ରାଧାକାନ୍ତ ଏବଂ ଆଈ ବୌଦ୍ଧ ଆସି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ତୁରନ୍ତ ନାବାଳିକାକୁ ଖୋଜି ଆଣିବାକୁ ଅନୁରୋଧ କରିଥିବା ଜଣାପଡିଛି। ତେବେ ମାମଲାକୁ ଗୁରୁତର ସହ ଗ୍ରହଣ କରି ନାବାଳିକା ନିଖୋଜ ଘଟଣାର ତଦନ୍ତ କରିବାକୁ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କୁ ଆରକ୍ଷୀ ଅଧିକ୍ଷକ ନିର୍ଦେଶ ଦେଇଥିବା ଜଣାଯାଇଛି। ସେହିପରି ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରି ଏ ସଂପର୍କରେ ସହାୟତା କରିବାକୁ ପରିବାରଲୋକ ଅନୁରୋଧ କରିଥିବା ଜଣାପଡିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories