www.samajalive.in
Friday, December 12, 2025
17.1 C
Bhubaneswar

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ : ତୀରନ୍ଦାଜରେ ହରବିନ୍ଦର ଜିତିଲେ କାଂସ୍ୟ

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ଶୁକ୍ରବାର ଆଉ ଏକ ପଦକ ହାସଲ କରିଛି। ତୀରନ୍ଦାଜରେ ହରବିନ୍ଦର ସିଂହ କାଂସ୍ୟ  (ବ୍ରୋଞ୍ଜ) ପଦକ ଜିତିଛନ୍ତି। ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଏହା ଭାରତର ପ୍ରଥମ ପଦକ। ହରବିନ୍ଦର କୋରିଆର ଏମ.ଏସ କିମଙ୍କୁ ୬-୫ରେ ପରାସ୍ତ କରି ଏହି ଗୌରବ ହାସଲ କରିଛନ୍ତି। ଏଥିସହ ଭାରତ ପୁଣି ଗୋଟିଏ ଦିନରେ ୩ଟି ପଦକ ଜିତିଛି।

ପୂର୍ବରୁ ଆଜି ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ଦୁଇଟି ପଦକ ଜିତିଥିଲା । ହାଇଜମ୍ପ ଟି-୬୪ ବର୍ଗରେ ପ୍ରବୀଣ କୁମାର ରୌପ୍ୟ ପଦକ ବିଜୟୀ ହୋଇଥିଲେ। ପ୍ରବୀଣ ୨.୭ ମିଟର ଉଚ୍ଚ ଡେଇଁ ଏହି ସଫଳତା ହାସଲ କରିଛନ୍ତି। ରୌପ୍ୟ ପଦକ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବୀଣକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ସୁଟର ଅବନୀ ଲଖେରା ଆଜି କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ଏହା ହେଉଛି ଅବନୀଙ୍କର ଦ୍ୱତୀୟ ପଦକ। ପୂର୍ବରୁ ସେ ୧୦ମିଟର ଏୟାର ରାଇଫଲ ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିଲେ। ପାରା ଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବାରେ ଅବନୀ ପ୍ରଥମ ଭାରତୀୟ ମହିଳା ହୋଇଥିବା ବେଳେ ଦୁଇଟି ପଦକ ଜିତିବାରେ ମଧ୍ୟ ପ୍ରଥମ ଭାରତର ଆଥ୍‍ଲେଟ୍‍।

- Advertisement -

ଏଥିସହ ଭାରତ ୨ ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ସହ ସମୁଦାୟ ୧୩ଟି ପଦକ ଜିତି ପଦକ ତାଲିକାର ୩୭ତମ ସ୍ଥାନରେ ରହିଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories