www.samajalive.in
Friday, December 12, 2025
26.1 C
Bhubaneswar

ହରିଜନ ଆଦିବାସୀ ଜମି ଠକେଇ ଓ ବାରମ୍ବାର ବିକ୍ରିନାମାକୁ ନେଇ ଅସନ୍ତୋଷ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ରେଜିଷ୍ଟ୍ରିଭୁକ୍ତ ହରିଜନ ଆଦିବାସୀ ସଂଘ  ୫ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ବରଗଡ଼ ଉପଜିଲ୍ଲାପାଳଙ୍କ ବିନା ଅନୁମତିରେ ହରିଜନ ଆଦିବାସୀ ଜମିକୁ ଅଣ ଆଦିବାସୀ ବର୍ଗର ଲୋକଙ୍କୁ କମ ମୂଲ୍ୟରେ ବାରମ୍ବାର ବିକ୍ରି କରାଯାଉଥିବା ନେଇ ଆଜି  ସେମାନେ ଏକ ଲିଖିତ ଦାବିପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ, ଉପଜିଲ୍ଲାପାଳଙ୍କ ବିନା ଅନୁମତିରେ  ହେଉଥିବା  ସମସ୍ତ ବିକ୍ରୀନାମା, ରେଜିଷ୍ଟ୍ରେସନ ଏବଂ ତାର ପଟ୍ଟାକୁ ରଦ୍ଦ କରିବା, ଉକ୍ତ ଜମିକୁ ପୁନଃ ଫେରସ୍ତ  ଦଖଲ କରିବାର ବ୍ୟବସ୍ଥା କରିବା, ବିକ୍ରି ହୋଇଥିବା ଜମି ଗୁଡ଼ିକୁ ବାରମ୍ବାର ବିକ୍ରି ହେଉଥିବାରୁ ଏହା ବିରୋଧରେ ଆଇନଗତ ରୋକ୍ ଲଗାଯାଇ ଏଥିରେ ଲିପ୍ତ ରହି ବେଆଇନ ଭାବେ ଜମି  ବିକ୍ରୟ  ଆଦି କାମରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି  ବିଶେଷଙ୍କ  ବିରୋଧରେ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂଘ ଦାବି କରିଛି। ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସଂଘ ଦୃଢ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି। ସଂଘର ମନୋଜ ସୁନା, ସୁରେନ୍ ତାଣ୍ଡି, ଶତ୍ରୁଘ୍ନ ତାଣ୍ଡିଆ, ପ୍ରଦିପ ମଲ୍ଲିକ,କିଶନ ବାରିକ୍ ପ୍ରମୁଖ ଉପଜିଲ୍ଲାପାଳଙ୍କୁ  ଏହି ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories