www.samajalive.in
Monday, December 15, 2025
16.1 C
Bhubaneswar

ଆଣ୍ଠୁଗଣ୍ଠି ଓ ଅଣ୍ଟା ବ୍ୟଥା ଦୂର କରେ ସଜନା ଛୁଇଁ

ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।

ପରୀକ୍ଷାରୁ ଜଣାପଡ଼ିଛି ଯେ ସଜନା ଛୁଇଁରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି। ଏଣୁ ବୟସ୍କ ଲୋକେ ପ୍ରତ୍ୟହ ଏହାର ଭଜା ଖାଇଲେ ସେମାନଙ୍କ ଆଣ୍ଠୁଗଣ୍ଠି ଦରଜ ଭଲ ହେବା ସହ ଅଣ୍ଟା ବ୍ୟଥା ଦୂର ହୁଏ।

- Advertisement -

ଭିଟାମିନ୍ ସି ମଧ୍ୟ ଏହି ପରିବାରେ ଆବଶ୍ୟକ ପରିମାଣରେ ଅଛି। ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଥଣ୍ଡା, ସର୍ଦିରୁ ରକ୍ଷା ମିଳିବା ସହ ତ୍ବଚା ରୋଗ ମଧ୍ୟ ହୋଇନଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ଏହା ଏକ ଉତ୍ତମ ପରିବା। ଦୈନନ୍ଦିନ ସେମାନେ ଏହି ପରିବାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ପ୍ରସବ ପୀଡ଼ା କମ୍ ହେଉଥିବାର ବିଶେଷଜ୍ଞଙ୍କ ମତ।

ସୌନ୍ଦର୍ୟ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବା ଯୁବତୀ ଓ ମହିଳାମାନେ ନିୟମିତ ଭାବେ ସଜନା ଛୁଇଁ ରସ କିମ୍ବା ଏହାର ଭଜା ଖାଇବା ଭଲ। ଏହି ପରିବା ଆଖିର ଜ୍ୟୋତି ବଢ଼ାଇବା ସହ ବୟସର ଛାପ କମ୍ କରିଥାଏ।

ସଜନା ଛୁଇଁ ଖାଇବା ଦ୍ବାରା ରକ୍ତ ପରିଷ୍କାର ହେଉଥିବାର ବିଶେଷଜ୍ଞଙ୍କ ମତ।

ପିଲାଠାରୁ ବୟସ୍କ ସମସ୍ତେ ସପ୍ତାହକୁ ୨-୩ଥର ସଜନା ଛୁଇଁ ତରକାରି ଖାଇବା ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories