www.samajalive.in
Monday, December 8, 2025
24.1 C
Bhubaneswar

ଧୂମପାନ କରୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ, ନଚେତ୍‍ ହୋଇପାରେ ଏହି ରୋଗ

ଏକ ଗବେଷଣାରୁ ଜଣାପଡ଼ିଛି ସପ୍ତାହରେ ଅତି କମ୍‍ରେ ଏକ ଘଣ୍ଟା ଧୂମପାନ ସଂସ୍ପର୍ଶରେ ଆସିବା ଦ୍ୱାରା ଶ୍ୱାସ-ପ୍ରଶ୍ୱାସ ସମ୍ବନ୍ଧୀୟ ରୋଗର ବିପଦ ବଢିବାର ସମ୍ଭାବନା ଥାଏ। ଏହାଦ୍ୱାରା ଶ୍ୱାସକ୍ରିୟା ସମ୍ବନ୍ଧୀୟ ଅସୁବିଧା ଓ ସୁଖିଲା କାଶ ହୋଇଥାଏ। ଆମେରିକାର ଜଣେ ଗବେଷକ ଏଶଲେ ମେରିୟାନୋସଙ୍କ କହିବା ଅନୁସାରେ, ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରଭାବିତ ହେବାରୁ ବର୍ତ୍ତିବା ପାଇଁ କୌଣସି ସୁରକ୍ଷିତ ଉପାୟ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ଏପରିକି ସ୍ୱଳ୍ପ ମାତ୍ରାରେ ଧୂମପାନ ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ କିଶୋର ମାନଙ୍କୁ ବହୁତ ଥର ଜରୁରୀ କାଳୀନ ବିଭାଗକୁ ଯିବାକୁ ପଡ଼ିପାରେ ଓ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏଥିରେ କେବଳ ଶ୍ୱାସ-ପ୍ରଶ୍ୱାସ ସମ୍ବନ୍ଧୀୟ ଅସୁବିଧାର ଲକ୍ଷଣ ଦେଖାଯାଏ ନାହିଁ , ବରଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟରେ ଅବନତି ମଧ୍ୟ ଦେଖା ଦେଇଥାଏ।
ଏହି ଗବେଷଣାର ସମସ୍ତ ତଥ୍ୟ ‘ପିଡ଼ିଆଟ୍ରିକ୍ସ’ ନାମକ ପତ୍ରିକାରେ ପ୍ରକାଶିତ ହୋଇଥିଲା। ତେବେ ଏହି ଗବେଷଣାରେ ୭,୩୮୯ ଜଣ ଧୂମପାନ କରୁନଥିବା ଆମେରିକାର କିଶୋରଙ୍କୁ ନେଇ ପରୀକ୍ଷା କରାଯାଇଥିଲା, ଯେଉଁ ମାନଙ୍କୁ ଆଜ୍‍ମା ନଥିଲା। ଗବେଷଣାରୁ ଅନୁଧ୍ୟାନ କରାଗଲା ଯେ, ପ୍ରତ୍ୟେକ ସପ୍ତାହରେ ଏକ ଘଣ୍ଟା ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ରହିବା ଦ୍ୱାରା କିଶୋରମାନଙ୍କ ଠାରେ ବ୍ୟାୟାମ କରିବାରେ ୧.୫ ଗୁଣା ଅଧିକ ଅସୁବିଧା ଦେଖା ଦେଇଥିଲା। ବ୍ୟାୟାମ କରୁଥିବା ସମୟରେ ଓ ବ୍ୟାୟାମ କରିସାରିବା ପରେ ଦୁଇଗୁଣ ଅଧିକ ବେଗରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories