www.samajalive.in
Monday, December 8, 2025
24.1 C
Bhubaneswar

ଆସୁଛି ବିଏମଡବ୍ଲ୍ୟୁର ଏକ୍ସ-୬

ନୂଆଦିଲ୍ଲୀ : ଅଗ୍ରଣୀ ଓ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ବିଏମ୍‍ଡବ୍ଲ୍ୟୁ ନିଜର ନୂଆ ମଡେଲ ଏସୟୁବି ଏକ୍ସ-୬ର ବଜାର ପ୍ରବେଶ ପାଇଁ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଆଗାମୀ ବର୍ଷ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି କାରର ବଜାର ପ୍ରବେଶ ନେଇ କମ୍ପାନୀର ଯୋଜନା ରହିଛି। ସେହିପରି ଭାରତରେ ୨୦୨୦ରେ ଏହି କାର ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ବିଏମଡବ୍ଲ୍ୟୁ କାରର ନୂଆ ମଡେଲରେ ପୂରୁଣା ମଡେଲ ସହ ବିଭିନ୍ନ କ୍ଷେତ୍ରରେ ସାମଞ୍ଜସ୍ୟ ରହିଥିବା ଦେଖିବାକୁ ମିଳିଛି। ପୂରୁଣା ମଡେଲ ଏକ୍ସ-୫ ଠାରୁ ଏକ୍ସ-୬ ଅଧିକ ଲମ୍ବା ରହିଛି। ନୂଆ ଏକ୍ସ-୬ରେ ପୂରୁଣା ମଡେଲ ପରି ତିନି ଇଞ୍ଜିନ, ଚାରି ପାୱାର ଟ୍ୟୁନିଂ ଆଦି ସୁବିଧା ରହିଛି। ଏହି ନୂଆ କାର ଦେଖିବାକୁ ଅଧିକ ଆକର୍ଷଣୀୟ ଓ ଗ୍ରାହକଙ୍କ ପାଇଁ ଭଲ ସୁବିଧା ରହିଥିବାରୁ ଏହା ଭଲ ବ୍ୟବସାୟ କରିବ ବୋଲି କମ୍ପାନୀ ଆଶା ରଖିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories