www.samajalive.in
Wednesday, December 10, 2025
14.1 C
Bhubaneswar

କର୍ଣ୍ଣାଟକ: କଂଗ୍ରେସର ବିଜୟ ଶୋଭାଯାତ୍ରା ଉପରେ ଏସିଡ୍‍ ଆକ୍ରମଣ, ୧୦ ଆହତ

ବେଙ୍ଗାଲୁର : କର୍ଣ୍ଣାଟକ ପୌର ନିର୍ବାଚନକୁ ନେଇ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ତୁମକୁର ନଗର ନିଗମ ନିର୍ବାଚନରେ ଜିତିବା ପରେ କଂଗ୍ରେସ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ବାହାର କରାଯାଇଥିଲା। ବାଟରେ ଶୋଭାଯାତ୍ରା ଉପରେ ଏସିଡ୍‍ ଆକ୍ରମଣ ହୋଇଥିଲା। ଏଥିରେ ଅନ୍ୟୁନ୍‍ ୧୦ କଂଗ୍ରେସ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପଛରେ କାହାର ହାତ ଅଛି ତାହା ଜଣାପଡିନାହିଁ। ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଶୌଚାଳୟ ସଫା ପାଇଁ ବ୍ୟବହୃତ ଏସିଡ୍‍ ଆକ୍ରମଣ କରାଯାଇଛି। ଆହତମାନେ ଏବେ ବିପଦମୁକ୍ତ ଅଛନ୍ତି। ପୁଲିସ୍‍ ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ଜଣେ ଲୋକ ଏନେଇ ଥାନାରେ ମାମଲା ରୁଜୁ କରୁଛନ୍ତି। ତୁମକୁର ନଗର ନିଗମ ନିର୍ବାଚନରେ ବିଜୟ ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକମାନେ ଏହି ଶୋଭାଯାତ୍ରା ବାହାର କରିଥିଲେ। ଭିଡ଼ରେ ଲୁଚି ରହିଥିବା କେହି ଜଣେ ଲୋକଙ୍କ ଉପରେ ଏସିଡ୍‍ ଫୋପାଡ଼ି ଥିଲା। ଫଳରେ ଶୋଭାଯାତ୍ରାରେ ଥିବା କେତେକ ଲୋକଙ୍କ ଦେହମୁଣ୍ଡ ପୋଳାଜଡ଼ା ହୋଇଥିଲା। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories