www.samajalive.in
Thursday, December 11, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ ସାଇପ୍ରସ୍‍ ଗସ୍ତ ; ଏକାଧିକ ରାଜିନାମା ସ୍ୱାକ୍ଷରିତ

ନିକୋସିଆ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାଇପ୍ରସ୍‍ ଗସ୍ତ ଅବସରରେ ସାଇପ୍ରସ୍‍ ଓ ଭାରତ ମଧ୍ୟରେ ସୋମବାର ବିଭିନ୍ନ ଦ୍ୱିପାକ୍ଷୀୟ ରାଜିନାମା ସ୍ୱାକ୍ଷରିତ ହୋଇଛି। ସୂଚନା ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ, ଜାହାଜ ଚଳାଚଳ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ସାଇପ୍ରସ୍‍ ଓ ଭାରତ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଇପ୍ରସ୍‍ ଗସ୍ତର ଦ୍ୱିତୀୟ ଦିନରେ ସାଇପ୍ରସ୍‍ ପ୍ରତିପକ୍ଷ ନିକୋସ୍‍ ଆନାସ୍ଥାସିଆଦେଶଙ୍କ ସହ ସାଇପ୍ରସ୍‍ର ରାଜଧାନୀ ନିକୋସିଆରେ ରାଷ୍ଟ୍ରପତି ଭବନରେ ଏକ ବୈଠକରେ ଯୋଗ ଦେଇଛନ୍ତି। ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଥିଲା।
ସାଇପ୍ରସ୍‍ ପ୍ରତିନିଧି ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଶ୍ରୀ କୋବିନ୍ଦ୍‍ ଉଦ୍‍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସାଇପ୍ରସ୍‍ ସାଧାରଣତନ୍ତ୍ରର ପ୍ରଥମ ରାଷ୍ଟ୍ରପତି ତଥା ପ୍ରତିଷ୍ଠାତା ଆର୍କ ବିଶପ୍‍ ମାକାରିଅସ୍‍-ତୃତୀୟଙ୍କ ସମାଧି ପୀଠରେ ଶ୍ରୀ କୋବିନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସାଇପ୍ରସ୍‍ର ରାଜଧାନୀ ନିକୋସିଆରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦ୍‍ବୋଧନ ଦେଇ ନୂତନ ଭାରତ ଦ୍ରୁତଗତିରେ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ଦର୍ଶାଇ ନବଭାରତ ଗଠନରେ ସେମାନଙ୍କ ଯୋଗଦାନ ପାଇଁ ରାଷ୍ଟ୍ରପତି ଆହ୍ୱାନ ଜଣାଇଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories