ନିଖୋଜ ହେବାର ୯ ବର୍ଷ ପରେ ମିଳିଲା ରହସ୍ୟମୟୀ ଜାହାଜ
ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପୂର୍ବେ ରହସ୍ୟମୟ ଭାବେ ନିଖୋଜ ହୋଇଥିବା ଜାହାଜଟି ଗତ ସପ୍ତାହରେ ଠାବ ହୋଇଛି । ଭାରତ ମହାସାଗର ମିଆଁମାର ସମୁଦ୍ର ତଟ କୂଳରେ ‘ସାମ୍ ରାତଲାଙ୍ଗି ପିବି ୧୬୦୦’ ଜାହାଜ ଜଙ୍କ୍ ଲାଗିଥିବା ଅବସ୍ଥାରେ ମିଳିଥିଲା। ଏଥିରେ କେହି ଚାଳକଙ୍କ ସଦସ୍ୟ ନଥିବା ବେଳେ କୌଣସି ଜିନିଷପତ୍ର ରହିଥିବା ଦେଖିବାକୁ ମିଳି ନଥିଲା । ଏଥିରେ ଇଣ୍ଡୋନେସିଆର ପତାକା ଲାଗିଥିବା ଦେଖିବାକୁ ମିଳିଛି।
ସମୁଦ୍ରରେ ଏଭଳି ଦାବିଦାର ନଥିବା ଜାହାଜ ମିଳିବା ଏହା ହେଉଛି ପ୍ରଥମ ଘଟଣା । ମିଆଁବାରର ବାଣିଜ୍ୟିକ ରାଜଧାନୀ ତଟର ମାତ୍ର ୧୧ କିମି ଦୂରତାରେ ଜାହାଜଟି ରହିଥିବା ପ୍ରଥମେ ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ପରେ ସେମାନଙ୍କ ସ୍ଥାନୀୟ ପୁଲିସକୁ ଖବର କରିଥିଲେ ।
ସୂଚନାଯୋଗ୍ୟ, ୨୦୦୯ ମସିହାରେ ଶେଷ ଥର ପାଇଁ ଏହି ଜାହାଜଟିର ବେତାର ଯନ୍ତ୍ର ତାଇବାନ ନିକଟରେ ରହିଥିବା ସୂଚନା ଦେଇଥିଲା । ଏହି ଜାହାଜଟି ୨୦୦୧ ମସିହାରେ ନିର୍ମାଣ ହୋଇଥିବା ଜଣାପଡିଛି ।