ସେପ୍ଟେମ୍ବର ପାଇଁ ନୂଆ ଗାଇଡଲାଇନ: ହଟିଲା ସପ୍ତାହାନ୍ତ ସଟଡାଉନ, ରାତି ୧୦ଟାକୁ ଘୁଞ୍ଚିଲା ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ମଙ୍ଗଳବାର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଅକ୍ଟୋବର ୧ ତାରିଖ ଯାଏ ଏହି ଗାଇଡଲାଇନ ବଳବତ୍ତର ରହିବ। ରାଜ୍ୟର କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ। ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ରାତି ୧୦ଟା ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ରହିବ। ଏହାସହ ବିବାହ , ବ୍ରତ ପାଇଁ କଟକଣା କୋହଳ କରାଯାଇଛି। ସମସ୍ତ କୋଭିଡ଼ ନିୟମ ଅନୁଯାୟୀ ବନ୍ଧୁବାନ୍ଧବ , ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟିଙ୍କୁ ମିଶାଇ ୨୫୦ ଲୋକଙ୍କୁ ଅନୁମତି ମିଳିବ। ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ କଟକଣା କୋହଳ ହେବ ହୋଇଛି ୨୫୦ ଜଣ ଏଥିରେ ମଧ୍ୟ ସାମିଲ ହେବ। ସମସ୍ତ ପାଠାଗାର, ମ୍ୟୁଜିୟମ, ଅଡିଟରିୟମ, ସିନେମା ହଲ କୋଭିଡ଼ ଗାଇଡ଼ଲାଇନ ନେଇ ଖୋଲାଯିବ। ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ଉପରେ କଟକଣା ପୂର୍ବ ଭଳି ରହିବ। ପ୍ରୋକ୍ଷାଳୟ, ଅଡିଟୋରିୟମରେ ଗାଇଡ଼ଲାଇନ ମାନି ମିଟିଂ ହୋଇପାରିବ। ପ୍ରଦର୍ଶନୀ, ମେଳା ମହୋତ୍ସବ ଉପରେ କଟକଣା ଜାରି ରହିବ। ଏହାସହ ପୂର୍ବରୁ ମଲ୍ , ସିନେମା ହଲ ପାଇଁ ଥିବା କଟକଣା କୋହଳ କରାଯାଇଛି। ମାତ୍ର ହଲ୍ ଓ ମଲ୍ ର ମାଲିକ ଏନେଇ ସମ୍ପୂର୍ଣ୍ଣ ନିୟମ ପାଳନ କରିବେ। ପୂର୍ବରୁ ହେଟେଲ, ରେସ୍ତେରାଁ ପାଇଁ କୋହଳ ହୋଇଥିବା କଟକଣା ଏବେ ମଧ୍ୟ କୋହଳ ରହିବ।
ସେପ୍ଟେମ୍ବର ମାସରେ ପାର୍ବଣ ପାଇଁ ଅଗଷ୍ଟ ୯ରେ ଆଦେଶାନୁସାରେ ଚାଲିବ। ଜିଲ୍ଲାପାଳ ଓ ଟୁଇନ ସିଟି କମିଶନର ଆବଶ୍ୟକ ପଡିଲେ କଟକଣା ବଢାଇ ପାରିବେ।
Comments are closed.