www.samajalive.in
Wednesday, December 10, 2025
15.1 C
Bhubaneswar

ଝୁମ୍ପୁରା ଗାୟତ୍ରୀ ପରିବାର ପକ୍ଷରୁ ପରିବେଶ ସଚେତନା ବୈଠକ

ଝୁମ୍ପୁରା : ଝୁମ୍ପୁରା ଗାୟତ୍ରୀ ପରିବାର ତରଫରୁ ପରିବେଶ ସଚେତନା ସମ୍ପକୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଖିଳ ବିଶ୍ୱ ଗାୟତ୍ରୀ ପରିବାର କେନ୍ଦୁଝର ଜିଲା ସଂଗଠନର ସଂଯୋଜକ ରମେଶ ଚନ୍ଦ୍ର ମିଶ୍ରଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ପରିବେଶ ପ୍ରଦୂଷିତ ହେବା ଫଳରେ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଗୃହ ପାଳିତ ପଶୁ, ଜଙ୍ଗଲରେ ରହୁଥିବା ଜୀବ,ପକ୍ଷୀ ମାନଙ୍କ ଉପରେ କି ପ୍ରଭାବ ପଡୁଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଦୂଷିତ ହେଉଥିବା ପରିବେଶକୁ କିପରୀ ରକ୍ଷା କରାଯାଇ ପାରିବ ସେଥିପାଇଁ କି ପ୍ରକାର ଜନସଚେତନା ସୃଷ୍ଟି କରିବା ତା ସହିତ ପରିବେଶ ନିମନ୍ତେ ବୃକ୍ଷ ରୋପଣ କରିବା ଦିଗରେ ଗାୟତ୍ରୀ ପରିବାର ପ୍ରତି ଗ୍ରାମ ସ୍କୁଲ କୁ ଯାଇ ସଚେନା ସୃଷ୍ଟି କରିବା ଦିଗରେ ବିଶେଷ ଭାବରେ ଧ୍ୟାନ ଦେବାକୁ ସହମତୀ ପ୍ରକାଶ ପାଇଥିଲା।
ବର୍ତ୍ତମାନ ପୃଥିବୀ ପୃଷ୍ଠରୁ ଦିନକୁ ଦିନ ଗଛ ସଂଖ୍ୟା କମି କମି ଯାଉଥିବାରୁ ବର୍ଷାର ଅନିୟ ମିତତା ତା ସାଙ୍ଗକୁ ଅସହ୍ୟ ଗରମ ହେଉଛି। କଳକାରଖାନା ନିର୍ମାଣ ନାମରେ କିପରୀ ଜଙ୍ଗଲ ଧଂଶ ହୋଇଛି ତାର ପ୍ରତି ବଦଳରେ କେତେ ନୂଆ ଗଛ ଲାଗିଛି କି ନାହିଁ ତାର ସମୀକ୍ଷା କରିବାର ଆବଶ୍ୟକ ନିତ୍ୟାନ୍ତ ଜରୁରୀ ହୋଇ ପଡିଛି ।
ଝୁମ୍ପୁରା ବ୍ଲକ ଏବଂ ସଦର ବ୍ଲକର କିଛି ବିଦ୍ୟାଳୟ ପରିସର ମଧ୍ୟରେ ଗାୟତ୍ରୀ ପରିବାର ପକ୍ଷରୁ ଔଷଧିୟ ବୃକ୍ଷ ଲଗାଇ ତାର ସେବା ଯତ୍ନ କରିବାକୁ ସଚେତନା ବୈଠକରେ ସହମତୀ ପ୍ରକାଶ ପାଇଥିଲା। ଏହି ପରିବେଶ ସଚେତନା ବୈଠକରେ ଉପସ୍ଥିତ ଥିଲେ ଝୁମ୍ପୁରା ବ୍ଲକ ଗାୟତ୍ରୀ ପରିବାରର ସଂଗଠନର ସଂଯୋଜକ ସୁବଳ କୁମାର ସାହୁ, ସହ ସଂଯୋଜକ ଅଭିମନ୍ୟୁ ମହାନ୍ତ ଓ ନନ୍ଦ କିଶୋର ମହାନ୍ତ, ବ୍ଲକ ସଂଗଠକ ବିଜୟ କୁମାର ବେହେରା ଓ ପ୍ରିୟବ୍ରତ ମହାନ୍ତ, ସଦସ୍ୟ ବେଣୁଧର ମହାକୁଡ, ଅରୁଣ କୁମାର ବେହେରା, ମନୋଜ କୁମାର ମହାନ୍ତ, ମମତା ବ୍ରହ୍ମ, ଗୀତାଞ୍ଜଳି ମହାନ୍ତ, ଡମ୍ବୁରୁଧର ଦାସ, ସନ୍ତୋଷ କୁମାର ବ୍ରହ୍ମ, କେଶବ ଚନ୍ଦ୍ର ମହାନ୍ତ, ସସ୍ମିତା ମହାନ୍ତ ପ୍ରମୁଖ। ଏହି ପରିବେଶ ସଚେତନା ବୈଠକକୁ ପରିଚାଳନାରେ ସହଯୋଗ କରିଥିଲେ ଝୁମ୍ପୁରା ଗାୟତ୍ରୀ ପରିବାର ସଦସ୍ୟ/ସଦସ୍ୟା ବୃନ୍ଦ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories