www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଜଶିରରେ ତାଲିବାନ ସହିତ ଚାଲିଛି ମାସୁଦ ଓ ସାଲେହ ଗୋଷ୍ଠୀଙ୍କର ଘମାଘୋଟ ଲଢେଇ

କାବୁଲ: କାବୁଲ ବିମାନ ବନ୍ଦରରୁ ଆମେରିକା ସୈନ୍ୟ ସମ୍ପୂର୍ଣ୍ଣ ଭାବରେ ଓହରି ଯିବାପରେ ତାଲିବାନ ଆତଙ୍କି ଗୋଷ୍ଠୀ ସଂପ୍ରତି ସେମାନଙ୍କ କବଳରୁ ମୁକ୍ତ ରହିଯାଇଥିବା ପଞ୍ଜଶିର ଅଞ୍ଚଳ ଉପରେ ଦୃଷ୍ଟିନିବଦ୍ଧ କରିଛନ୍ତି। ପରୱାନ ପ୍ରଦେଶରେ ତାଲିବାନ ଆତଙ୍କି ଏବଂ ଅହମଦ ମାସୁଦ ତଥା ଦେଶର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ୱାଧୀନ ଲଢୁଆ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଆଫଗାନିସ୍ତାନରେ ସଂପ୍ରତି କେବଳ ପଞ୍ଜଶିରର ଲଢୁଆମାନେ ତାଲିବାନର ମୁକାବିଲା କରୁଛନ୍ତି। ଚାଲିଥିବା ଲଢେଇରେ ଉଭୟ ପକ୍ଷରୁ ବହୁ ମୃତାହତ ହୋଇଥିବା ଖବର ମିଳିଛି।
ଅହମଦ ମାସୁଦଙ୍କର ନିକଟତମ ସୂତ୍ରରୁ ଜଣାଯାଇଛି ଯେ ତାଲିବାନ ଆତଙ୍କିମାନେ ପଞ୍ଜଶିରରେ ସୋମବାର ସଂଧ୍ୟାରେ ଏକ ଆଉଟପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତେବେ ବିରୋଧୀ ଗୋଷ୍ଠୀ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରି ତାହାର କଡା ଜବାବ ଦେଇଥିଲେ। ଦୁଇ ପକ୍ଷ ମଧ୍ୟରେ ମଝିରେ ମଝିରେ ଗୁଳିଗୋଳା ବିନିମୟ ଚାଲିଛି। ତେବେ ଏ ସର୍ମ୍ପକରେ ତାଲିବାନ ପକ୍ଷରୁ କିଛି କୁହାଯାଇନାହିଁ। ପଞ୍ଜଶିରର ସ୍ଥାନୀୟ ବାସିନ୍ଦା କହିଛନ୍ତି, ତାଲିବାନ ଆତଙ୍କି ସେମାନଙ୍କ ଅଞ୍ଚଳରେ ଦୁଇଦିନ ହେଲା ଇଂଟରନେଟ ସେବାକୁ ବିଚ୍ଛିନ୍ନ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ହିନ୍ଦକୁଶ ପର୍ବତମାଳାରେ ଥିବା ପଞ୍ଜଶିର କାବୁଲର ଉତ୍ତରକୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହାର ଅଧିବାସୀ ତାଲିବାନକୁ ଦୃଢ ବିରୋଧ କରୁଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories