www.samajalive.in
Friday, December 12, 2025
16.1 C
Bhubaneswar

ବୁଢ଼ିଆଣୀର ମୂଲ୍ୟ ୩୧୮ଟଙ୍କା !

ନିଜ ଘରର ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ଚୀନ୍‌ ଲୋକେ ଆଜିକାଲି ଖୁବ୍ ସଂଖ୍ୟାରେ ବୁଢ଼ିଆଣୀ କିଣୁଥିବାର ଦେଖାଯାଉଛି। ମିଳିଥିବା ଖବର ଅନୁସାରେ, ବେଜିଂର ଅଧିକାଂଶ ଲୋକେ ଆଜିକାଲି ସ୍ଥାନୀୟ ବଜାର ହେଉ କିମ୍ବା ମଲ୍‌ରେ ଉପଲବ୍ଧ ହେଉଥିବା ଏକ ନିର୍ଦିଷ୍ଟ ବୁଢ଼ିଆଣୀ କିଣି ଘରେ ରଖୁଛନ୍ତି। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ହଣ୍ଟସମେନ୍ ପ୍ରଜାତିର ଏଇ ବୁଢ଼ିଆଣୀ ଲୋକେ କିଣିବା ପଛର କାରଣ ହେଉଛି ଘରୁ ଅସରପାଙ୍କୁ ଦୂରେଇବା। ଗତ କିଛି ମାସ ମଧ୍ୟରେ ସେଠାରେ ଅସରପାଙ୍କ କାରଣରୁ ସଂକ୍ରମଣ ରୋଗ ଖୁବ୍ ବ୍ୟାପୁଛି। ଏଥିରୁ ରକ୍ଷା ପାଇବାକୁ ଲୋକେ ଏଇ ବୁଢ଼ିଆଣୀକୁ ଘରେ ରଖୁଛନ୍ତି। ଘରର ବିଭିନ୍ନ ପ୍ରାନ୍ତରେ ଏଇ ବୁଢ଼ିଆଣୀଙ୍କୁ ଛଡ଼ାଯାଉଛି। ଏମାନେ ବିଷାକ୍ତ ନୁହନ୍ତି ବୋଲି ଜଣାପଡ଼ିଛି। ଜୁନ୍ ପହିଲାରୁ ସ୍ଥାନୀୟ ବଜାରରେ ଏଇ ବୁଢ଼ିଆଣୀ ବିକ୍ରି ଆରମ୍ଭ ହୋଇଛି। ଆରମ୍ଭଦିନରେ ଏମାନଙ୍କ ମୂଲ୍ୟ ଗୋଟା ପିଛା ୧୦୧ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଏବେ ମୂଲ୍ୟ ବଢ଼ି ଗୋଟା ପିଛା ୩୧୮ଟଙ୍କାରେ ପହଞ୍ଚିଲାଣି। ଚୀନ୍ ଲୋକେ ଏଇ ବୁଢ଼ିଆଣୀର କାମରେ ଏତେ ଖୁସି ଯେ ସେମାନେ ଏହାର ମୂଲ୍ୟ ବୃଦ୍ଧିକୁ ନେଇ ଆଦୌ ବ୍ୟତିବ୍ୟସ୍ତ ନୁହନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories