www.samajalive.in
Sunday, December 14, 2025
14.1 C
Bhubaneswar

ପାଟଣା ଯାତ୍ରୀବାହୀ ବସ୍ ରହଣୀ ସ୍ଥଳ ନିର୍ମାଣ ପାଇଁ ୨ଏକର ସ୍ଥାନ ଚିହ୍ନଟ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣାରେ ରାଜ୍ୟ ସରକାରଙ୍କ ଅନୁଦାନ ରୁ ପ୍ରସ୍ତାବିତ ନୂତନ ବସ ରହଣୀ ସ୍ଥଳ ପାଇଁ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ପ୍ରମୁଖ ବ୍ଲକ ମୁଖ୍ୟାଳୟର ସାଧୁପଡା ଇଲାକାକୁ ଚିହ୍ନଟ କରିଥିଲେ। ଏହି କ୍ରମରେ ଆଜି ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ପାଟଣା ଆରକ୍ଷୀଙ୍କ ଉପସ୍ଥିତିରେ ସାଧୁପଡା ଇଲାକାରେ ବସ ରହଣୀ ସ୍ଥଳ ପାଇଁ ୨ ଏକର ସରକାରୀ ଜମି ଚିହ୍ନଟ କରିଥିବା ଦେଖାଯାଇଛି। ପାଟଣା ରାଜସ୍ବ ନୀରିକ୍ଷକ ସତ୍ୟବ୍ରତ ସାହୁ, ସରାସକୋଲା ରାଜସ୍ବ ନୀରିକ୍ଷକ ବୁଦ୍ଧଦେବ ମହାନ୍ତ ପ୍ରମୁଖଙ୍କ ଦ୍ଵାରା ମାପଚୁପ ପରେ ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories