ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ ସାଙ୍ଗଠନିକ ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକର ଚିନାମାଳିପଶି ଓ ପଲାଣଘାଟି ପଞ୍ଚାୟତର ପଞ୍ଚାୟତସ୍ତରୀୟ ବିଜୁ ଜନତା ଦଳର କର୍ମକର୍ତ୍ତା ବୈଠକ ଆଜି ମାନ୍ୟବର ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଛି। ଏଥିରେ ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯିବା ସହ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କର୍ମୀମାନଙ୍କୁଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ପାଟଣା ବ୍ଲକ ଯୁବ ବିଜେଡି ସଭାପତି ରଘୁବର ମହାନ୍ତ, ବ୍ଲକ୍ ପର୍ଯ୍ୟବେକ୍ଷକ ରତନ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହା ସହ ଏହି ବୈଠକରେ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ ଓ ନାଏବ ସରପଞ୍ଚ ଉପସ୍ଥିତି ରହିଥିଲେ।

Comments are closed.