www.samajalive.in
Sunday, December 14, 2025
26.1 C
Bhubaneswar

ବିକାଶ ଓଗାଳିଛି ଶାଳନ୍ଦୀ ନଦୀ, ୧୧୪ ପରିବାରର ଭରସା ବାଉଁଶ ପୋଲ

ଠାକୁରମୁଣ୍ଡା: ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀମାନଙ୍କର ବିକାଶ ଓ ସ୍ବାବଲମ୍ବୀ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସମାଜର ମୁଖ୍ୟ ତ୍ସୋତରେ ସାମିଲକରିବା ପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ଗଠନ କରିଛନ୍ତି, ତଥାପି ଏବେ ବି ସେମାନେ ଅବହେଳିତ ଆଉ ନିଷ୍ପେସିତ।ଏଭଳି ଗାଁ ଅଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତର ଡଙ୍ଗାଡିହା ଗାଁର ବଙ୍ଗାଳି ସାହି, ଘୁଟୁ ସାହି ଓ ବଳ ସାହି ତିନୋଟି ସାହିକୁ ବିକାଶ ଏବେ ସାତସପନ। ସମସ୍ୟାରେ ଜର୍ଜରିତ ଗ୍ରାମବାସୀଙ୍କ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଓ ପାନୀୟଜଳ ଭଳି ମୌଳିକ ସମସ୍ୟାକୁ ପଚାରୁଛି କିଏ?

ଗ୍ରାମବାସୀ ଗୁହାରି ଜଣାଇ ଜଣାଇ ନୟାନ୍ତ ହେଲେଣି। ବାଧ୍ୟ ହୋଇ ଆଗାମୀ ଦିନରେ ସମସ୍ତ ପ୍ରକାର ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଶିମିଳିପାଳରୁ ପ୍ରବାହିତ ଶାଳନ୍ଦୀ ନଦୀ ବିକାଶରେ ବାଧକ ସାଜିଛି। ବ୍ଲକ କାର୍ଯ୍ୟାଳୟ ଠାରୁ ୨୫ କିମି ବେଳେ ପଞ୍ଚାୟତ ଠାରୁ ୧୨ କିମି ଦୂରରେ ଅବସ୍ଥିତ ଏହି ଆଦିବାସୀ ଗାଁ। ଡଙ୍ଗାଡିହା ଗ୍ରାମର ଏହି ତିନି ସାହିରେ ବସବାସ କରନ୍ତି ୧୧୪ ପରିବାର, ଲୋକ ସଂଖ୍ୟା ୧ ହଜାରରୁ ଉର୍ଦ୍ଧ୍ବ। କେଉଁ ଆବାହମାନ କାଳରୁ ଜଙ୍ଗଲ ଓ ଚାଷବାସକରି ଜୀବିକା ନିର୍ବାହ କରି ଆସୁଛନ୍ତି। ଗାଁରେ ଆମ୍ବୁଲାନ୍ସ ସେବା କଣ ଜାଣିନାହାଁନ୍ତି। ଅସରାଏ ବର୍ଷା ହେଲେ ଶିମିଳିପାଳ ପାହାଡରୁ ଝରଣା ପାଣିରେ ନଦୀ ଫୁଲି ଉଠେ। କିଛି ଦିନ ଆଗରୁ ଗ୍ରାମର ଗଜିଲା ବାନରା (୬୨) ନାମକ ବୃଦ୍ଧ ହାଟ ସାରି ଫେରିବା ସମୟରେ ବର୍ଷା ହେବା ନଦୀ ସ୍ରୋତରେ ଭାସି ଯାଈ ମୃତ୍ୟୁବରଣ କରିଥିଲେ।

- Advertisement -

ପ୍ରତି ମାସରେ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଅଙ୍ଗନଓ୍ବାଡିରୁ ମିଳୁଥିବା ସରକାରୀ ସହାୟତା ପାଇଁ ମା’ ଓ ଶିଶୁ ବିପଦ ସଂଙ୍କୁଳ ବାଉଁଶ ପୋଲରେ ଯିବା ଆସିବା ପଡେ। କେବଳ ସେତିକି ନୁହେଁ ପାନୀୟ ଜଳ ପାଇଁ ନଳକୂପ ଟିଏ ନାହିଁ। ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରି ଥକି ଗଲେଣି ଗ୍ରାମବାସୀ ତଥାପି ବିକାଶ କଣ ଜାଣି ପାରିଲେ ନାହିଁ ଏଠାକାର ବାସିନ୍ଦା।

ଯଦି ଆଗାମୀ ଦିନରେ ଏଠାରେ ପୋଲ ନିର୍ମାଣ ନହୁଏ, ତେବେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନରେ ସମୁହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମର ଭାଦୁ ବାଙ୍କିରା, ମାନ୍ଦାଈ ପିଙ୍ଗୁଆ, ବହ୍ଲା ବାରୋଲା, ଭାଇକ ବାନ୍ଦିଆ, ଦୁଲୁମୁ ହୋ, ମାଣିକ ଗାଗରାଇ, ଦମୟନ୍ତୀ ମାରାଣ୍ଡି, ଶଙ୍କର ପିଙ୍ଗୁଆ, ଗଣନାଥ ଆଲଦା ଓ ଗ୍ରାମବାସୀ। ତେବେ ଦେଖିବା ପାଇଁ ବାକି ରହିଲା କେବେ ସମାଧାନ ହେଉଛି ଏହି ଗ୍ରାମବାସୀଙ୍କୁ ମିଳୁଛି ମୌଳିକ ସୁବିଧା।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories